ସରକାରୀ ସାହାଯ୍ୟ ଅପେକ୍ଷାରେ ନିଲାମଙ୍କ ପରିବାର

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମପଞ୍ଚାୟତ ସ୍ଥିତ କୁଳିଙ୍ଗାମାଲ ଗ୍ରାମର ଇଲାମ କଟା ସେ ଏକ ମାଲିକଙ୍କ ପାଖରେ କାମ କରି ନିଜ ପରିବାରକୁ ପ୍ରତିପୋଷଣ କରିଆସୁଥିଲେ। କିନ୍ତୁ ହଟାତ ତାଙ୍କ ଜୀବନରେ ବହିଗଲା ଲୁହର ସାଗର। ସୂଚନା ମତେ କିଛି ମାସ ତଳେ ଟ୍ରାକ୍ଟର ରେ କାମ କରୁଥିବା ସମୟରେ କୌଣସି ଭୁଲ ବସତହ ତାଙ୍କ ହାତ ଟ୍ରାକ୍ଟରରେ ପଶି ଗଲା ଓ ସମ୍ପୂର୍ଣ୍ଣ ତାଙ୍କ ହାତ ନଷ୍ଟ ହୋଇ ଯାଇଥିଲା। ତାଙ୍କ ପରିବାର ପାଇଁ କେହି ସାହା ଭରସା ନ ଥିବା ବେଳେ ତାଙ୍କ ସ୍ତ୍ରୀ ଅନେକ ହସ୍ପିଟାଲକୁ ନେଇ ତାଙ୍କ ଚିକିତ୍ସା କରାଇ ଶେଷରେ ସେ ମଧ୍ୟ ସର୍ବହରା ହୋଇ ଘରେ ରହିଲେ । ତାଙ୍କ ହାତ ନଷ୍ଟ ହେବାର ବର୍ଷେ ପାଖା ପାଖି ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଭତା ଖଣ୍ଡିଏ କିମ୍ବା କୌଣସି ସରକାରୀ ସାହାଯ୍ୟ ପହଞ୍ଚି ପାରିନାହିଁ। ତାଙ୍କ ପାଞ୍ଚ ପରିବାର ଖାଇବା ପାଇଁ କେବଳ ସରକାରଙ୍କ ଦେୟ ହେଉଛି ୨୫ କିଲୋ ଚାଉଳ ଯାହା ସେହି ଚାଉଳରେ ତାଙ୍କ ପାଞ୍ଚ ପରିବାରଙ୍କ ଭୋକ ମେଣ୍ଟିବା ବହୁ କଷ୍ଟ ଏବେ ତାଙ୍କ ଘର ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି। ଏକ ବଢ଼ୁଆ ପୁଅଙ୍କ ଭରସାରେ ନିଜ ସ୍କୁଲ କଲେଜ ପଢୁଆ ପୁଅ ଝିଅ ଵୃଦ୍ଧ ପିତା ମାତା ସ୍ତ୍ରୀ ତାଙ୍କ ରୋଜଗାର ରେ ଚଳିଆସୁଥିଲେ। ଏବେ ସେ ଘରେ ବସିବା ପରେ ଧୀରେ ଧୀରେ ସମସ୍ୟ ବଢ଼ିବାରେ ଲାଗିଛି କେତେବେଳେ ପିଲା ଛୁଆଙ୍କ ସ୍କୁଲ ଫିସ ତ କେତେବେଳେ ଲାଇଟ ବିଲ ଏମିତି ଅନକେ ସମୟରେ ଭିତରେ ଜୀବନ ଯାପନ କରୁଛନ୍ତି ପରିବାର। ତେଣୁ ଏହି ନିରୀହ ପରିବାରକୁ ପ୍ରଶାସନିକ ଦୃଷ୍ଟି ଦେବା ଜରୁରୀ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.