ବୋଡେ଼ନ,- ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ରୋକାଲ ଗ୍ରା,ପ ଜୟବାହାଲ ଗ୍ରାମର ଜଣେ ମହିଳା କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିବାବେଳେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ପ୍ରାପ୍ତ ଖବର ଅନୁସାରେ ଜୟବାହାଲ ଗ୍ରାମର କୌଶଲ୍ୟା ବାଗ ବୟସ ୪୮ ସକାଳ ସାତ ଘଂଟା ସମୟରେ ନିକଟସ୍ଥ କୁମୁଡି ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବାବେଳେ ମୁଣ୍ଡ ବୁଲାଇ ସଜ୍ଞାହିନ ହୋଇପଡିଥିଲେ। ଓ ପରିବାର ଲୋକେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ବୋଡେ଼ନ ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ଓ ଡାକ୍ତର ସ୍ମୃତିରଞ୍ଜନ ସିଂ ନିନା ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଶବବ୍ୟବଛେଦ ପାଇଁମନା କରିଥଲେ ଏକ ସ୍ୱୀକୃତି ନାମା ଲେଖି ଶବକୁ ନିଜ ଗ୍ରାମ ଜୟବାହାଲ ଗ୍ରାମକୁ ଭଡାଗାଡି ମାଧ୍ୟମରେ ରେ ନେଇ ଶବ କୁପୋଡି ଦେଇଥିଲେ। ଓ ବୋଡେ଼ନ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ସଂଜୀବ କୁମାର ନାଏକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିବାବେଳେ ବିନା ଶବ ବ୍ୟବଚ୍ଛେଦରେ ଡାକ୍ତର କେମିତି ଜାଣିଲେ ମୃତ ବ୍ୟକ୍ତିଙ୍କର ହୃଦ ଘାତ ହୋଇଛି ବୋଲି। ଏହା ସହିତ ସେହି ମୃତ ବ୍ୟକ୍ତିଙ୍କ ଶବକୁ ବିନା ଶବ ବ୍ୟବଚ୍ଛେଦରେ ତାଙ୍କ ଘରକୁ ଛାଡିଦେଲେ,ଏହା ସହିତ ସଂମ୍ପୃକ୍ତ ଥିବା ଡାକ୍ତରଙ୍କ କି ସମ୍ପର୍କ ରହିଲା ତାହା ସାଧାରଣ ରେ ଉଙ୍କି ମାରୁଛି।