ପୂର୍ବପରି ପିଡିଏସ ସାମଗ୍ରୀ ଯୋଗାଇ ଦେବାକୁ ଉପଜିଲ୍ଲାପାଳଙ୍କୁ ଫେରାଦ  

ଭଞ୍ଜନଗର:: ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତର ଜାଲଖାଇ ଗ୍ରାମକୁ ପୂର୍ବପରି ପିଡିଏସ ସାମଗ୍ରୀ ଯୋଗାଇ ଦେବାକୁ ଶୁକ୍ରବାର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଗ୍ରାମବାସୀ ଙ୍କ ସହ ଫେରାଦ ହୋଇଛନ୍ତି ବେଲଗୁଣ୍ଠା ବ୍ଲକ ୪୮ନଂ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା । ଉପାନ୍ତ ଗ୍ରାମ ଓ ନଦୀ ପାର ହୋଇ ଯିବାକୁ ପଡୁଥିବାରୁ  ପୂର୍ବରୁ ସଠିକ ଭାବରେ ପିଡ଼ିଏସ ସାମଗ୍ରୀ ଗ୍ରାମରେ ଦିଆଯାଉଥିଲା। ବର୍ତ୍ତମାନ ନୂତନ ସରପଂଚ ରାଜନୈତିକ ଆକ୍ରୋଶ ରଖି ପିଡ଼ିଏସ ସାମଗ୍ରୀ  ନୁଆଁଗଡ଼ ଗ୍ରାମକୁ ଆସି ନେବାକୁ ବାଧ୍ୟ କରୁଥିବା ଅଭିଯୋଗ ସେ ଅଭିଯୋଗ କରିଛନ୍ତି। ଏ ନେଇ  ଉପଜିଲ୍ଲାପାଳ ଓ ବେଲଗୁଣ୍ଠା ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.