ଲହୁଣୀପଡ଼।- ସୁନ୍ଦରଗଡ଼ ଜିଲ୍ଲା କୋଇଡା ତହସିଲ ଅନ୍ତର୍ଗତ ମାଲଦା ପଞ୍ଚାୟତ ପଟବେଡା ଓ ଗଣୁଆଁ ଗ୍ରାମରେ ୮୬.୮୮୬ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଗଣୁଆଁ ଲୌହ ଖଣିର ମୋଟ ୩.୪୦୮୬ ଏମ୍.ପି.ଟିଏ ବ୍ଲକ୍ ରୁ ମୋଟ ୨.୬୮୦ ଏମ୍.ପି.ଟିଏ ( ଆର.ଓ.ଏମ୍ ୨. ୯୯ + ଓବି /ଏସବି / ଆଇବି ୦.୪୧୮୬ ଏମ୍.ପି.ଟିଏ ) ଖନନ ସହିତ ସ୍କ୍ରିନିଂ ,କ୍ରସିଂ ,୧୦୦୦ ଟିପିଏଚ୍ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ ସ୍ଥାପନା ନିମନ୍ତେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ଗଣୁଆଁ ଗ୍ରାମ ଫୁଟବଲ ପଡିଆ ଠାରେ ଆୟୋଜିତ ହୋଇଥିଲା ଯେଉଁଥିରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ରାଉରକେଲା ଆଞ୍ଚଳିକ ପ୍ରଦୁଷଣ ବିଭାଗ ବରିଷ୍ଠ ବୈଜ୍ଞାନିକ ତଥା ଅଧିକାରୀ ବିନୋଦ ବିହାରୀ ଦାଶ ପ୍ରଥମେ ମେସର୍ସ ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡ୍ ଖଣି ସମ୍ପ୍ରସାରଣ ହେଲେ ପରିବେଶ ଉପରେ ଏହାର କି ପ୍ରଭାବ ପଡିବ ଓ ପ୍ରତିକାର ଦିଗରେ କଣ ପଦକ୍ଷେପ ଗ୍ରହଣ କରିବେ ସେ ନେଇ ବାର୍ତ୍ତା ବିବରଣୀ ପାଠ ପାଇଁ ଆହ୍ଵାନ କରିଥିଲେ । ପରେ ଅଞ୍ଚଳବାସୀ ନିଜ ମତାମତ ପ୍ରଦାନ କରିଥିଲେ । ହେବା ଦ୍ଵାରା ବହୁ ଲୋକ ଖଣି ରେ ନିୟୋଜିତ ହୋଇ ରୋଜଗାରମୟ ହେବା ସହ ଗ୍ରାମ ର ବିକାଶ ହେଇଛି ଓ ସଂପ୍ରସାରଣ ହବ । ୫୧ ଜଣ ପାରିପାର୍ଶ୍ବିକ ଉନ୍ନତି ଯଥା ନିଯୁକ୍ତି, ପାନୀୟଜଳ, ରାସ୍ତା , ଶିକ୍ଷା ,ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢୀକରଣ ସହ ଜନଶୁଣାଣୀ କୁ ପୁର୍ଣ ମାତ୍ରାରେ ସମର୍ଥନ କରିଥିଲେ । ପରେ ମତାମତକୁ ପ୍ରତିଉତ୍ତର ରେ ଜେଏସଡବ୍ଲ୍ୟୁ ଆଞ୍ଚଳିକ ବରିଷ୍ଠ ପ୍ରବନ୍ଧକ ବିଶ୍ଵ ରଞ୍ଜନ ପାଢୀ କମ୍ପାନୀ କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ସମସ୍ତ ପ୍ରକାରର ସୁବିଧା ପାଇଁ ପ୍ରତିଶୃତିବଦ୍ଧ ଓ ଲୋକଙ୍କ ସୁସ୍ଥ ଜୀବନ ଜୀବିକା ନିର୍ବାହ ପାଇଁ ସବୁବେଳେ ତତ୍ପରତା ଦେଖାଇ ଆସିଛନ୍ତି ଓ ଆଗକୁ କରିବେ ବୋଲି ପ୍ରକାଶ କରିଥିଲେ । ପରିଶେଷରେ ଜେଏସଡବ୍ଲ୍ୟୁ ଓଡିଶା ମୁଖ୍ୟ ରଞ୍ଜନ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ କୁ ପହଞ୍ଚି ଲୋକମାନଙ୍କ ଅସୁବିଧା ବୁଝି ସମାଧାନ ଦିଗରେ କାମ କରି ଆସୁଥିବା ଜେଏସଡବ୍ଲ୍ୟୁ ବିଭାଗୀୟ ଅଧିକାରୀ କହିଥିଲେ ।