ବାଲିଆପାଳ- ବାଲିଆପାଳ ତହସିଲ ଅନ୍ତର୍ଗତ କୁମ୍ଭାରୀ ଗ୍ରାମପଞ୍ଚାୟତର ତାପୁଣ୍ଡିଆ ଗ୍ରାମର ସ୍କୁଲ ସମ୍ମୁଖରସ୍ଥ ଗୋଚର ଜମିରେ ଥିବା ବହୁଦିନର ପୁରୁଣା ଦୋକନ ଘରକୁ ଶୁକ୍ରବାର ପ୍ରଶାସନ ଉଚ୍ଛେଦ କରିବାକୁ ଯାଇ ଉଛେଦ କରି ନ ପାରି ଫେରିଯାଇଛି। ସୂଚନା ମୁତାବ ତାପୁଣ୍ଡିଆ ସ୍କୁଲ ସମ୍ମୁଖ ୬ ଏକର ବିଶିଷ୍ଟ ଦୁଇଟି ପ୍ଲଟର ଗୋଚର ଜମିରେ ଦୀର୍ଘ ଦିନରୁ ସ୍ଥାନୀୟ ଲୋକେ ଦୋକାନ ଘରକରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। କିଛି ପ୍ରଭାବ ଶାଳୀ ବ୍ୟକ୍ତି ନିଜର ପତିଆରା ଦେଖାଇ ଉକ୍ତ ଗୋଚର ଜମିରେ ଦୁଇମହଲା ବିଶିଷ୍ଟ ସ୍ଥାୟୀ ପକା ଘର ନିର୍ମାଣ କରିବା ଏବଂ ଆବଶ୍ୟକ ନଥାଇ ଗୋଚର ଜମିକୁ ଆବଦ୍ଧ କରି ରଖିବା , ସରକାରୀ ଜାଗାରେ ମେଟାଲ ଚିପ୍ସ ଢାଳି ବେପାର କରିବା, ରାସ୍ତା ଉଭୟ ପାଶ୍ୱର୍ରେ ଦୋକାନ ଘର ହେଵା ଫଳରେ ଦିନକୁ ଦିନ ରାସ୍ତା ସଙ୍କୁଚିତ ହେଉଥିଲା। ଏଥି ପ୍ରତି କାହାର ନଜର ନଥିବାରୁ କିଛି ବୁଦ୍ଧିଜୀବୀ ଗ୍ରାମବାସୀ ଉକ୍ତ ବିଷୟ କୁ ନେଇ ବାଲିଆପାଳ ତହସିଲଦାରଙ୍କ ଠାରେ ଅଭିଯୋଗ କରିବା ସହିତ ଉକ୍ତ ସରକାରୀ ଜମିରେ ଥିବ ଜବର୍ ଦଖଲକୁ ଉଚ୍ଛେଦ କରିବା ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ର ନିର୍ଦ୍ଦେଶ କ୍ରମେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କ ଉପସ୍ଥିତି ରେ ବାଲିଆପାଳ ଥାନ ଭରାପ୍ରପ୍ତ ଅଧିକାରୀ ପର୍ଶୁରାମ ସାହୁ, ଏସ ଆଇ ସସ୍ମିତା ମଲ୍ଲିକଙ୍କ ସହିତ ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ଶୁକ୍ରବାର ଉକ୍ତ ସ୍ଥାନରେ ପହଞ୍ଚି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଦୋକାନୀ, ଜନ ପ୍ରତିନିଧି ଉଚ୍ଛେଦକୁ ପ୍ରବଳ ବିରୋଧ କରିଥିଲେ । ହେଲେ ପ୍ରଶାସନ କିଛି ନଶୁଣି ଗୋଟିଏ ଦୋକାନ ଘର ଓ ଦୋଇଟି ଗୁମୁଟୀକୁ ଭାଙ୍ଗି ସାରିବା ପରେ ଉକ୍ତ ଦୋକାନୀ ମାନେ ବାଲିଆପାଳ ତହସିଲଦାର ଶ୍ରୀ ଦାଶଙ୍କୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବକୁ ଗୁହାରୀ କରିଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା । ଶେଷରେ କିଛି ମହିଳା ପୁରୁଷ ବୁଲ ଡୋଜର ଆଗରେ ଧାରଣା ରେ ବସିଥିଲେ। ଏବଂ ୧୫ ଦିନ ମଧ୍ଯରେ ସରକାରୀ ଗୋଚର ଜମିରୁ ବେଆଇନ ଦୋକାନ ଘର କୁ ନିଜେ ଭାଙ୍ଗି ନେବାର ଲିଖିତ ପ୍ରତିଶୃତି ଦେବା ପରେ ପ୍ରଶାସନ ଫେରିଯାଇଥିଲା। ଲକ୍ଷ୍ମୀଧର ସେଠୀ, ସଞ୍ଜୟ ମହାନ୍ତି, ସତ୍ୟ ବ୍ରତ ରାଉତ, ଚୈତନ୍ୟ ଦେ, ମଧୁସୂଦନ ଗିରି, ଶିବ କୁମାର ପ୍ରଧାନ, ନରେନ୍ଦ୍ର ଗିରି ଙ୍କ ସହିତ ବହୁ ଦୋକାନୀ ସମର୍ଥକ ଉପସ୍ଥିତ ଥିଲେ।