ପାଟକୁରା (ନି. ପ୍ର )ମେସିନ କରୁଛି ମନରେଗା କାମ,ମନରେଗା ରେ ଏକ ରାସ୍ତା ନିର୍ମାଣ କାମ ରୁ ଜବ କାର୍ଡ ଧାରୀ ବଞ୍ଚିତ. ନିରାଶ ହେଉଛନ୍ତି ଜବକାର୍ଡ ଧାରୀ. ରାସ୍ତା ନିର୍ମାଣ ପାଇଁ ଟ୍ରାକ୍ଟର ସାହାଯ୍ୟ ରେ ବୁହାଯାଉଛି ମାଟି.ଏଭଳି ଘଟଣା ଦେଖିବାକୁ ମିଳିଛି ଗରଦପୁର ବ୍ଲକ ପଦ୍ମପୁର ପଂଚାୟତ ମହୁମୁଦା ଗ୍ରାମ ରେ.
ଚାଲିଛି ଗୁହାଳ ମୁହଁ ରୁ ବଟ ମହାପୁରୁଷ ଯାଏଁ ଏକ ରାସ୍ତା ନିର୍ମାଣ.ମନରେଗା କାମ ରେ ଜବ କାର୍ଡ ଧାରୀ କାର୍ଯ୍ୟ କରିବା କଥା. କିନ୍ତୁ ମୁଣ୍ଡ ବଦଳ ରେ ଯାନ୍ତ୍ରିକ ଶୁଣ୍ଢ ରେ ଚାଲିଛି ରାସ୍ତା ନିର୍ମାଣ କାମ.ଟ୍ରାକ୍ଟର ଓ ଜେସିବି ସାହାଯ୍ୟ ରେ ମାଟି ବୁହା ହେଉଥିବା ଦେଖିବାକୁ ମିଳୁଛି. ଏନେଇ ଗ୍ରାମବାସି ମାନେ ଅଭିଯୋଗ କରିବା ସହ ଜବକାର୍ଡ ଧାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି. ଗୋଟେ ପଟେ ଗରିବ ଜବକାର୍ଡ ଧାରୀ କାମ ପାଉନଥିବା ବେଳେ ଅନ୍ୟପଟେ ଟ୍ରାକ୍ଟର ଓ ଜେସିବି ରେ ଟ୍ରିପ ଟ୍ରିପ ମାଟି ବୁହା ଯାଉଛି.
କିଛି ଅସାଧୁ ମୁଷ୍ଟିମେୟ ବ୍ୟକ୍ତି ଙ୍କ ପ୍ରରୋଚନା ରେ ଏହି ମନରେଗା ରେ ରାସ୍ତା ନିର୍ମାଣ କାର୍ଯ୍ୟ କୁ ମେସିନ ଦ୍ୱାରା ଜରାଯାଉଥିବା ବେଳେ ଏନେଇ ସ୍ଥାନୀୟ ଜବ କାର୍ଡ ଧାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି. ଏନେଇ ବ୍ଲକ ପ୍ରଶାସନ କୁ ପଚାରିଥିଲେ ବି ସେମାନେ ଆମକୁ ପ୍ରତିକ୍ରିୟା ଦେଇନଥିଲେ. ସ୍ଥାନୀୟ ସରପଞ୍ଚ ମଧ୍ୟ ଏନେଇ ନୀରବତା ଅବଲମ୍ବନ କରିଛନ୍ତି.ତେବେ ଜବକାର୍ଡ ଧାରୀ ଗରିବ ହିତାଧିକାରୀ କାମ ପାଉନଥିବା ଅଭିଯୋଗ ହୋଇଛି. ହିତାଧିକାରୀ ନିଜ ଅଧିକାର ରୁ ବଞ୍ଚିତ ହେଉଥିବା ବେଳେ ମେସିନ ଲଗାଇ କାମ କରି ହିତାଧିକାରୀ ଙ୍କ ପ୍ରାପ୍ୟ ଆତ୍ମସାତ କରାଯାଉଥିବା ଦେଖିବାକୁ ମିଳିଛି.