ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଉପକାଗଙ୍ଗା ଠାରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ସଂଘ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସାମ୍ବାଦିକ ସୁରକ୍ଷା ସହ ସାମୁହିକ ସମାଜ କଲ୍ୟାଣ ଉପରେ ଆଲୋଚନା ହେବାସହ ସଂଘ ଆଜି ତାର କମିଟିର ଆନୁଷ୍ଠାନିକ ଭାବରେ ଗଠନ କରିଛି। ସର୍ବ ସମ୍ମତି କ୍ରମେ ସୁଶାନ୍ତ କର ସଭାପତି ଓ ସିମାଞ୍ଚଳ ମହାପାତ୍ର ସାଧାରଣ ସମ୍ପାଦକ ଭାବରେ ମନୋନିତ ହୋଇଛନ୍ତି ।ଉପ ସଭାପତି ଭାବରେ ଦେବଦାଶ ପାଢୀ,କୋଷାଧ୍ୟକ୍ଷ ଅଂଶୁମାନ,ଯୁଗ୍ମ ସଂପାଦକ ଭାବରେ ବିଶିକେଶନ ପଣ୍ଡା,ରଞ୍ଜିତ ପଣ୍ଡା,ଯୁଗଳ ମହାନନ୍ଦ,ରମେଶ ଜଗତ ଓ ନିଳମଣି ପଣ୍ଡା ଙ୍କୁ ଚୟନ କରା ଯାଇଛି । ଆଇନ ପରାମର୍ଶ ଦାତା ଭାବରେ ସଚିନ୍ଦ୍ର ମୋହନ ଯୋଶି,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ କୁମରମଣୀ ମହାନନ୍ଦ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମକାରୁ ବେମାଲ ଙ୍କୁ ମନୋନିତ କରା ଯାଇଥିଲା ।