କଟକ: ନିଃସ୍ୱାର୍ଥପର ସେବା,ସୁବିଚାର,ମହାପୁରୁଙ୍କ ଜୀବନୀ ପାଠ,ଉଚ୍ଚଶିକ୍ଷା ଲାଭ ସହ ଏହାର ନିୟୋଜନ ଜଣେ ସାଧାରଣ ପ୍ରତିଭାଙ୍କୁ ବଡ଼ କରେ ବା ମହାନ କରି ଗଢିତୋଳେ । ସେହି ଭଳି ଜଣେ ନାରୀ ପ୍ରତିଭା ହେଉଛନ୍ତି ପିତା ଶ୍ରୀଧର ସେଠୀ,ମାତା ନିରୂପମା ସେଠୀଙ୍କ ସୁକନ୍ୟା ଏବଂ ଶ୍ଵଶୁର ଗ୍ରାମ ମୁରବୀ ପୂର୍ଣ୍ଣଚନ୍ଦ୍ର ସେଠୀ ଶାଶୁ ଧର୍ମପ୍ରାଣା ଟୁନି ସେଠୀଙ୍କ ସୁନାବୋହୂ ଏବଂ ସମାଜସେବୀ ପ୍ରଭାତ ସେଠୀଙ୍କ ଧର୍ମପତ୍ନୀ ନାରୀନେତ୍ରୀ ସୁଜାତା ସେଠୀ ଯାହାଙ୍କର ଜନ୍ମ ୧୯୮୮ ଗ୍ରାମ ଟିପିରି, ତିର୍ତ୍ତୋଲ, ଜଗତସିଂହପୁର ଜିଲ୍ଲା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ଶିକ୍ଷାପ୍ରତି ଆଗ୍ରହ,କଳା,ସାହିତ୍ୟ,ସଙ୍ଗୀତ,ନୃତ୍ୟ ପ୍ରତି ରୁଚି ଏବଂ ସେବାକୁ ପ୍ରାଧାନ୍ୟ ଦେଇ ଦୁଇ କୁଳକୁ ହିତା ନ୍ୟାୟରେ ଆଜି ନିଜ ଜନ୍ମମାଟି ଐତିହାସିକ ପୀଠ ଜଗତସିଂହପୁର ଆଉ ଶାଶୁ ଘର କିଶନନଗର କଟକ ଜିଲ୍ଲା ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାସହ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି । କଟକ ଶୈଳବାଳା ମହାବିଦ୍ୟାଳୟରୁ +୩ ଶିକ୍ଷା ଲାଭ କରି ପରେ ଉତ୍କଳ ୟୁନିଭରସିଟିରୁ ଲାଇବ୍ରେରୀ ସାଇନସରେ ମାଷ୍ଟର ଡିଗ୍ରୀ ହାସଲ କଲାପରେ କିଶନନଗର ସ୍ଥିତ ଡିଏଭି ସ୍କୁଲର ପରିଚାଳିକା ଭାବେ କାର୍ଯ୍ୟକରୀ ଗ୍ରାମାଂଚଳ ଶିଶୁ ପ୍ରତିଭା ମାନଙ୍କ ସାରସ୍ବତ ସାଧକକୁ ସମାଜ ଆଗରେ ବିକଶିତ କରିବାରେ ପ୍ରୟାସ ଚଳାଇଛନ୍ତି ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଜଣେ କବୟିତ୍ରୀ,ସୁଗୃହିଣୀ,ସମାଜସେବୀକା,ଛାତ୍ରବତ୍ସଳ ଶିକ୍ଷୟତ୍ରୀ,ଆଦର୍ଶ ନାରୀ ପ୍ରତିଭା,ଉପସ୍ଥାପିକା ଭାବେ ତାଙ୍କର ସୁଖ୍ୟାତି ରହିଛି । ଅଧୁନା କଟକ ସଦର ବ୍ଲକ କିଶନନଗର ଗ୍ରାମ ପଞ୍ଚାୟତର ସମ୍ମାନନୀୟା ସରପଂଚ ଭାବେ କାର୍ଯ୍ୟରତ । ତାଙ୍କ ସାଧନାର ସିକୃତୀ ସ୍ୱରୂପ ବିଭିନ୍ନ ସଂଗଠନ ଦ୍ଵାରା ସେ ସମ୍ବର୍ଦ୍ଧିତ । ତାଙ୍କ ଜୀବନ ହେଉଛି ସାଧନାମୟ ଆଉ କଳା,ସାହିତ୍ୟ,ସଂସ୍କୃତି ପାଇଁ ପ୍ରାଣ ହେଉଛି ସମର୍ପିତ,ନିଜ ଅଂଚଳର ବିକାଶ,ସମସ୍ତ ଦିଗରେ ଉନ୍ନତିର ବିକଶିତ ଧାରାକୁ ଦ୍ୱିଗୁଣିତ କରିବାରେ ପ୍ରଚେଷ୍ଟା ବାସ୍ତବରେ ଉଦାହରଣିୟ । ସାଧନାମୟ ଜୀବନ ସମ୍ପର୍କରେ ସେ କୁହନ୍ତି ପ୍ରତ୍ୟେକ ମଣିଷ ନିଜର ବାସ୍ତବ କର୍ମ ଆଉ ମା, ମାଟି,ମାତୃଭାଷାକୁ ଶ୍ରଦ୍ଧା କରୁଥିବା ବ୍ୟକ୍ତିତ୍ଵ ହିଁ ବଡ଼ ମଣିଷ ହୋଇ ପାରିବ । ଏହି ସୃଜନଶୀଳ ପ୍ରତିଭା ସୁଜାତାଙ୍କ ସାରସ୍ଵତ ସାଧନା ସଫଳ ହେଉ,ତାଙ୍କ ନାରୀ ସୁଲଭ ପ୍ରତିଭାର ବିକାଶ ଘଟୁ ଏତିକି ପାର୍ଥନ।