ବୋଡେ଼ନ : ନୂଆପଡ଼ା ଜିଲ୍ଲାରେ କିଛି ଦିନ ହେବ ତାପମାତ୍ରା ୪୦ ଡିଗ୍ରି କୁ ଅତିକ୍ରମ କରିବାରେ ଲାଗିଛି ଯାହା ଫଳରେ ଲୋକେ ଅନକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏବଂ ଟାଣ ଖରା ଯୋଗୁଁ ଲୋକଙ୍କ ପାଇଁ ଦିନକୁ ଦିନ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳୁଛି ।ଲୋକେ ପିଇବା ପାଣି ପାଇଁ ନାହୀନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ହେଲେ ତାହା କେବଳ ସରକାରୀ ବାବୁ ମାନଙ୍କ ପାଇଁ ଓ ନେଉଥିବା ଠିକାଦାର ଙ୍କ ପାଇଁ ପ୍ରଭୁଙ୍କ ମହା ପ୍ରସାଦ ଭଳି କାହା ଭାଗ୍ୟରେ ପଡ଼ିଲା ତ କିଏ ଆଁ କରି ରହିଛି ଏବେବି ଏମିତି ଗ୍ରାମାଞ୍ଚଳ ଗୁଡ଼ିକ ରହିଛି ସେହି ଗାଁର ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇବା ସ୍ୱପ୍ନ ଦେଖିଲା ଭଳି ଲାଗୁଛି। ପିଇବା ପାଣିର ସମାଧାନ ପାଇଁ ଆଜି ବୋଡ଼େନ ବ୍ଲକ ଅନ୍ତର୍ଗତ ମହରା ଜୋର ଗାଁର ୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏକତ୍ର ହୋଇ ଏକ ଅଟୋ ମାଧ୍ୟମର ଟାଣ ଖରାରେ ନିଜ ଗାଁ ମହାରାଯୋର ରୁ ବାହାରି ବୋଡ଼େନ ବିଡ଼ିଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭୋଇଙ୍କୁ ଅଭିଯୋଗ କରିଥିଲେ। ଆଗରୁ ବହୁବାର ବିଭାଗୀୟ ଯନ୍ତ୍ରୀଙ୍କୁ ଗୁହାରି କଲେ ମଧ୍ୟ ଏହାର ସମାଧାନ କଣ କରିବେ ସେମାନେ କର୍ଣ୍ଣ ପାତ କରୁନଥିବା ଅଭିଯୋଗ କରି କହିଛନ୍ତି। ଆଗାମୀ ଦୁଇ ତିନି ଦିନ ମଧ୍ୟରେ ବିଭାଗୀୟ ଯନ୍ତ୍ରୀଙ୍କୁ କହି ଉକ୍ତ ପିଇବା ପାଣିର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ସମସ୍ୟାରେ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ମହରାଝୋର୍ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେ ପୁରାଣ ହେଉଛି ତାହା ଦେଖିବାକୁ ବାକି ଓ ଅଞ୍ଚଳ ବାସୀଙ୍କ ନଜର ।