କେନ୍ଦ୍ରାପଡ଼ା (ନି. ପ୍ର )କେନ୍ଦ୍ରାପଡା ର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ଅନୁଭବ ମହାନ୍ତି ଙ୍କ ପ୍ରଚେଷ୍ଟା ରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରେ ପ୍ରଥମେ ଶୁଭାରମ୍ଭ ହେଲା ଭିନ୍ନକ୍ଷମ ଅଶେଷମେଣ୍ଟ କ୍ୟାମ୍ପ.ଭିନ୍ନ କ୍ଷମ ଓ ବରିଷ୍ଠ ନାଗରିକ ଙ୍କୁ ମାଗଣା ସହାୟକ ଉପକରଣ ବଣ୍ଟନ ନିମତେ ଆଜି ଡେରାବିଶ ବ୍ଲକ ଡେରାବିଷ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଏକ ଅlଶେଷମେଣ୍ଟ କ୍ୟାମ୍ପ ଆୟୋଜିତ ହୋଇଯାଇଛି.
ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ମିଳିତ ଉଦ୍ୟମ ରେ ଏହି କ୍ୟାମ୍ପ ଆଜି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ରେ ଶୁଭଆରମ୍ଭ କରାଯାଇଛି…. ଆଗାମୀ ଦିନ ରେ କେନ୍ଦ୍ରାପଡ଼ା ର ୯ ଗୋଟି ବ୍ଲକ ରେ ଏହି କ୍ୟାମ୍ପ ଯଥାକ୍ରମେ ଆୟୋଜିତ ହେବାକୁ ବ୍ୟବସ୍ତା ଥିବା ବେଳେ ପ୍ରଥମ ଦିନ ରେ ଆଜି ଡେରାବିଶ ବ୍ଲକ ରେ ଏହାର ଶୁଭାରମ୍ଭ ହୋଇଛି..
ବର୍ତମାନ ସୁଦ୍ଧା ବ୍ଲକ ର କୋଣ ଅନୁକୋଣ ରୁ ଗତ କାଲି ୫୫୮ ଜଣ ଓ ଆଜି ଦୁଇସହ ଜଣ ଆବେଦନ କାରି ନିଜ ନାମ ପଞ୍ଜିକୃତ କରିଥିବା ବେଳେ ଆଜି ସନ୍ଧ୍ୟl ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବା ବ୍ୟବସ୍ତା ହୋଇଛି.
ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଜନିତ ଅକ୍ଷମତା ତର୍ଜମା କରିବା ପାଇଁ ଚକ୍ଷୁ, କାନ, ଅସ୍ଥି ସଲ୍ୟ,ସ୍ନାୟୁ ବିଭାଗ ଆଦି ଭିନ୍ନ କ୍ଷମ ଓ ଅକ୍ଷମ ମାନଙ୍କ ବିଭିନ ପରୀକ୍ଷା କରିଥିଲେ..
ତେବେ ଆଗାମୀ ୯ ଦିନ ରେ ପୁରା ଜିଲ୍ଲା ରେ ସମସ୍ତ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଚିନ୍ହଟ କରାଯାଇ ସେମାନଙ୍କୁ ଆଶ୍ରା ଓ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ତା ହୋଇଛି ….ଆଗାମୀଦିନ ରେ ଆଶ୍ରବାଡି, ଇଅରଫୋନ,ହୁଇଲ ଚେୟାର, ଚଷମା ଆଦି ବିଭିନ ସହାୟକ ଉପକରଣ ଯୋଗାଇ ଦିଆଯିବ ବୋଲି ବ୍ଲକ ପ୍ରଶାସନ ପ୍ରତିକ୍ରିୟା ଦେଇଛି