ଦ୍ୱିତୀୟ ବାରଣାସୀ ସୁବର୍ଣ୍ଣପୁରରେ ରହିଅଛି ଏକ ରହସ୍ୟମୟ ମନ୍ଦିର

ମନ୍ଦିର ହିନ୍ଦୁମାନଙ୍କ ସକାଶେ ଏକ ଆସ୍ଥା ଓ ବିଶ୍ୱାସର ସ୍ଥାନ ହୋଇଥାଏ। ଯୋଉଠାରେ କି  ଦେବାଦେବୀଙ୍କୁ ପୂଜା କରାଯିବାର ଦେଖିବାକୁ ମିଳିଥାଏ। ସେଥିପାଇଁ ମନ୍ଦିର କହିଲେ ଆମ ମନରେ ଆପେଆପେ ଏକ ଆଧ୍ୟାତ୍ମିକଚେତନା ଜାଗ୍ରତ ହୋଇଉଠିଥାଏ। 

କିନ୍ତୁ ପବିତ୍ର ଦେବଭୂମି ଦ୍ଵିତୀୟ ବାରଣାସୀ ସୁବର୍ଣ୍ଣପୁର ଠାରେ ରହିଅଛି ଏକ ଏହିଭଳିଆ ମନ୍ଦିର ଯାହାକି ରହସ୍ୟମୟ ଅଟେ। ଏହି ମନ୍ଦିରରେ କୋଣସି ଦେବା ଦେବୀ ପୂଜାପାଉ ନାହାଁନ୍ତି।ତଥାପି ମଧ୍ୟ ଜନସାଧାରଣଙ୍କ  ସ୍ୱତନ୍ତ୍ର ଆଗ୍ରହ ରହିଥାଏ। କାରଣ ଏହି ମନ୍ଦିରରକୋଣସି ଦିଗରୁ ବାଟନଥିବା ଦେଖିବାକୁ ମିଳିଥାଏ ବା ମୁହଁନାହିଁ।ସେଥିପାଇଁ ଏହାକୁ ନିମୁହିଁ ମନ୍ଦିରକୁହା ଯାଉଥିବା ଜଣାଯାଏ। ଉକ୍ତ ମନ୍ଦିରଟି ଶଶିସେଣାଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ଐତିହାସିକ ତତ୍ୟାବଳୀରୁ ଜଣାଯାଏ।ଏହା ଏକ ପ୍ରାଚୀନ ମନ୍ଦିର ଅଟେ।

ଉକ୍ତ ମନ୍ଦିରକୁନେଇ ବହୁ ରୋଚକକଥା ବା କାହାଣୀ ରହିଥିବା ଜନଶୃତିରୁ ଜଣାଯାଏ। ଏହିଭଳି ଏକ ବିରଳମନ୍ଦିରକୁ ନେଇ ଗବେଷଣାର ଆବଶ୍ୟକତା ରହିଛି। ଏହିପୀଠର ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବା ଉଚିତ୍।ଯଦ୍ବାରା ଏହି ମନ୍ଦିର ବିଷୟରେ ବର୍ତ୍ତମାନର ପିଢି ତଥା ଆଗାମୀ ପିଢି ଉକ୍ତ ରହସ୍ୟମୟ ଇତିହାସ ସମ୍ୱନ୍ଧୀୟରେ ଅବଗତ ହୋଇପାରନ୍ତେ। 

Leave A Reply

Your email address will not be published.