ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା ଓ ଫଳ , ପନିପରିବାରେ ଉନ୍ନତି ଚାଷ ର ପ୍ରାଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ
ଖପ୍ରାଖୋଲ -: ପାଟଣାଗଡ଼ ଉଦ୍ୟାନ ବିଭାଗ ଓ ଖପ୍ରାଖୋଲ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିକଳ୍ପ ର ମିଳିତ ଆନୁକୁଲ୍ୟରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା ଓ ଉନ୍ନତ ମାନର ଫଳ ଓ ପନିପରିବାର ଚାଷ ର ପ୍ରାଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଭାନପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ପାଟଣାଗଡ଼ ଉଦ୍ୟାନ ବିଭାଗ ର ମୁଖ୍ୟ ଅଧିକାରୀ ଅଭିନାଶ ବିଶ୍ଵାଳ ମୂଖ୍ୟ ଅତିଥି , ଖପ୍ରାଖୋଲ ଉଦ୍ୟାନ ବିଭାଗ ଏଚ୍ ଇ ଡବ୍ଳୁ ଶେଷଦେବ ମାଝୀ , ଅବସରପ୍ରାପ୍ତ ଏଚ୍ ଇ ଡବ୍ଳୁ ନବ୍ଦୀ ଚାନ୍ଦ ,ଓ ବିକଳ୍ପ ର ସୁରେଶ କୁମାର ବେହେରା , ଲିଙ୍ଗରାଜ ପୁଟେଲ , ଭାନପୁର ସରପଞ୍ଚ ରୀନା ଜାଳ ଯୋଗଦେଇଥିଲେ ।ଚାଷ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ବୈଷୟିକ ଜ୍ଞାନକୌଶଳରେ ବ୍ୟବହାର କରି ଜୈବିକ ପ୍ରଣାଳୀରେ ଫଳ ଓ ପନିପରିବାର ଚାଷ କରି କିପରି ଅଧିକରୁ ଅଧିକ ଫସଳ ଉତ୍ପାଦନ କରିପାରିବେ ସେ ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ଉଦ୍ୟାନ କୃଷି ଯୋଜନା ଗୁଡିକ ମାଧ୍ୟମରେ ମହିଳା ମାନେ କିପରି ତାଙ୍କର ରୋଜଗାର ବଢାଇପାରିବେ ସେ ଉପରେ ଗୀତ ଓ ପ୍ରବଚନ ମାଧ୍ୟମରେ ବୁଝାଇଥିଲେ ଏକତା ହୋଇ କାମ କଲେ ଆଗକୁ ବଢ଼ିପାରିବା ବୋଲି ଅବସରପ୍ରାପ୍ତ ଏଚ୍ ଇ ଡବ୍ଳୁ ନବ୍ଦୀ ଚାନ୍ଦ କହିଥିଲେ । ଭାନୁପୁର ଗ୍ରାମ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗଦେଇଥିଲେ । ମିଶନ ଶକ୍ତି ର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ପିଜି ଗୃପ ଗଠନ କରାଯାଇଥିଲା । ଏଥିରେ ଉଦ୍ୟାନ ସାଥି ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବିକଳ୍ପ ର ସୁରେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।