ଧାମନଗର -ଧାମନଗର ବ୍ଲକ ଅନ୍ତର୍ଗତ ସୋହଡା ଅଧୀନସ୍ଥ ସୋହଡା ଆଶ୍ରମ ସମ୍ମୁଖରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ମାନଙ୍କ ଡକାଇ ତାଙ୍କ ଉପସ୍ଥିତରେ ପଞ୍ଚାୟତ ନିର୍ବାଚନ,ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କରିବା ସହିତ ଆଗାମୀ ସମବାୟ ନିର୍ବାଚନକୁ ହାତେଇବା ପାଇଁ ଏକ ପ୍ରସ୍ତୁତି ଓ ରଣକୌଶଳ ଆରମ୍ଭ କରାଯାଇଛି। ସୋହଡା ପଞ୍ଚାୟତ ସ୍ତରୀୟ ନେତୃତ୍ବଙ୍କ ଉଦ୍ୟମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ସୁଶାସନ ଏବଂ ଉନ୍ନତି କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜେଡି ଦଳରେ ସାମିଲ ହେଲେ ବିଜେପି ଦଳର ନେତା ଓ କର୍ମୀ ଏମାନେ ହେଲେ ରାଜେନ୍ଦ୍ର କୁମାର ଦାସ, ଦେବେନ୍ଦ୍ର କୁମାର ସାହୁ, ବାସୁଦେବ ମିଶ୍ର,ପୁରସ୍ତମ ସାହୁ, ଆର୍ତ୍ତ ଯେନା, ରାମଚନ୍ଦ୍ର ବେହେରା ପ୍ରମୁଖଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଶୁଭେଚ୍ଛା ଜଣାଇଛନ୍ତି। ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି।ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଲୋପାମୁଦ୍ରା ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ ନାୟକ,ସମାଜସେବୀ ତଥା ଶିକ୍ଷାବିତ ନିତ୍ୟାନନ୍ଦ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ନିରାକାର ତରାଇ,ପୂର୍ବତନ ସରପଞ୍ଚ ବିଷ୍ଣୁମୋହନ ମିଶ୍ର,ବିଜୟ କୁମାର ମିଶ୍ର ପୂର୍ବତନ ସରପଞ୍ଚ କୋଠାର, ବରିଷ୍ଠ ବିଜେଡି ନେତା ଦଶରଥ ଡାହାଣଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଦଳ ଆହୁରି ସୁଦୃଢ ହେବ ବୋଲି ସଭାପତି ଶ୍ରୀ ମହାନ୍ତି କହିଛନ୍ତି।