ନୂଆଦିଲ୍ଲୀ (ଲଷ୍ମୀନାରାୟଣ ବେବର୍ତ୍ତା )(ଆ:ପ୍ର. ରାଜଧାନୀ ଦିଲ୍ଲୀ ର ଛତରପୁର ମା କାତ୍ୟାୟିନୀ ମନ୍ଦିର ନିକଟସ୍ଥ ରାଜପୁରା ଠାରେ ଥିବା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଭାଗବତ ସନ୍ଧ୍ୟା ର ମୁଖ୍ୟ ଆୟୋଜକ ଗୁରୁଭାଇ ନିର୍ମଳ ଧଳ ଙ୍କ ଆବାସ ପରିସରରେ ଗତ ସନ 2011ମସିହା ଠାରୁ ପୁରୀ ଗଜପତି ମହାରାଜ ଙ୍କ ଦ୍ୱାରା ପ୍ରଥିଷ୍ଠିତ ହୋଇଥିବା ବାବା ବୈକୁଣ୍ଠନାଥ ବ୍ରହ୍ମଚାରି ଙ୍କ ସ୍ଥାପିତ ପ୍ରତିମୂର୍ତ୍ତି ନିକଟରେ ଏହାର ବାର୍ଷିକ ଉତ୍ସବ, ପୂଜ୍ୟ ଗୁରୁଶିଷ୍ୟ ମିଳନ ଏହି ଅବସରରେ ଭଜନ, କୀର୍ତ୍ତନ, ଗୁରୁଦେବ ଙ୍କ ପ୍ରାର୍ଥନା, ଭାଗବତ ଚର୍ଚ୍ଚl, ପ୍ରବଚନ ଆଦି କାର୍ଯ୍ୟକ୍ରମ ଗତକାଲି (ଶନିବାର )ଅନୁଷ୍ଠିତ ହୋଇଯାଇଛି. ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ତଥା ଜଗତସିଂହପୁର ଜିଲ୍ଲା ନାଉଗାଁ ନିକଟସ୍ଥ ତିହୁଡା ଆଶ୍ରମ ର ମୁଖ୍ୟ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ଏଥିରେ ଯୋଗଦେଇ କହିଥିଲେ ଆର୍ଯ୍ୟବର୍ତ୍ତ ଭାରତବର୍ଷ ହେଉଛି ସାଧୁ ସନ୍ଥ ଓ ଗୁରୁପରମ୍ପରା ର ଦେଶ. ଏହି ପବିତ୍ର ଭୂଖଣ୍ଡ ତଥା ଭାରତବର୍ଷ ରେ ବହୁ ମହାନ ସାଧୁ ସନ୍ଥ ଜନ୍ମ ଗ୍ରହଣ କରି ଆସିଥିବା ବେଳେ ପବିତ୍ର ଉତ୍କଳ ମାଟି ରେ ଅଭିର୍ଭାବ ହୋଇଥିଲେ ପୂଜ୍ୟ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ, ଉତ୍କଳୀୟ ବୈଷ୍ଣବ ପରମ୍ପରାର ସେ ଥିଲେ ଜଣେ ବିଶିଷ୍ଟ ସିଦ୍ଧ ସାଧକ ଓ ବୈଷ୍ଣବ ସମ୍ରାଟ. ଯାହାଙ୍କର ସ୍ୱାଧୀନତା ସଂଗ୍ରାମ ରେ ଥିଲା ଅବଦାନ, ତାଙ୍କର ସାଧନା, ତାଙ୍କର ମଧୁର ବ୍ୟବହାର ଓ ପ୍ରଚାରିତ ଅମୃତବାଣୀ ରେ ଆଜି ଆକୃଷ୍ଟ ହୋଇଛନ୍ତି ଅଗଣିତ ଶ୍ରଦ୍ଧାଳୁ ଜନସାଧାରଣ. ଆଜିପର୍ଯ୍ୟନ୍ତ ଅନେକ ସାଧୁ ସନ୍ଥ ଗୀତା, ଭାଗବତ ର ବିଭିନ୍ନ କଥାବସ୍ତୁ କୁ ନେଇ ଅନେକ ଭଜନାବଳୀ, ପଦ୍ୟ ରଚନାକରିଥିଲେ ମଧ୍ୟ ଗୁରୁଦେବ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ଗୀତା, ଭାଗବତ ଉପରେ ହୋଇଥିବା ସୁନ୍ଦର ବ୍ୟାଖ୍ୟା ସ୍ୱତନ୍ତ୍ର. ଭଜନ ଗୁଡିକ ଅତି ସୁମଧୁର. ଜଗତର ଯେପରି କଲ୍ୟାଣ ହେବ, ଜଗତବାସୀ ଯେପରି ସତପଥ ରେ ଚାଲିବେ ତାହାହିଁ ଥିଲା ପୂଜ୍ୟ ଗୁରୁଦେବ ଙ୍କ ଅଭିଳାଷ. ତେଣୁ ସେ ସତ୍ୟସେବା ମଣ୍ଡଳ ଗଠନ କରିଥିଲେ. ତାଙ୍କରି କୃପା, ତାଙ୍କର କରୁଣା କୁ ପାଥେୟ କରି ଆଜି ପଲ୍ଲୀ ରୁ ଦିଲ୍ଲୀ ଯାଏ ବିଭିନ୍ନ ସ୍ଥାନରେ ସତ୍ୟସେବା ମଣ୍ଡଳ ଗଠନ କରାଯାଇଛି. ସେ ପୁଣି କହିଥିଲେ ଗୁରୁ ଙ୍କ ବାର୍ତ୍ତା ହିଁ ସର୍ବଦା ଶିଷ୍ୟର ମଙ୍ଗଳକର. . ତାଙ୍କରି ବାର୍ତ୍ତା କୁ ନେଇ ଆମେ ଏଠାରେ ପହଂଚିଛୁ. ଏବଂ ଏହିଭଳି ଏକ ସୁନ୍ଦର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଛି. ଏହି ସ୍ଥାନର କିଛିଟା ମାହାତ୍ମ୍ୟ ରହିଛି. ଯlଦ୍ୱାରା ପୂଜ୍ୟ ଗୁରୁଦେବ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନl ହୋଇ ପାରିଛି. ଗୋବର୍ଦ୍ଧନପୀଠାଧୀଶ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ଠାରୁ ଆରମ୍ଭ କରି ଅନେକ ସାଧୁ ସନ୍ଥ ଙ୍କ ଚରଣ ଏଠାରେ ପଡିଛି. ଗୁରୁ ଶିଷ୍ୟ ମିଳନର ଉଦ୍ରେକ, ସମେସ୍ତେ ଯେପରି ଗୁରୁଗୋବିନ୍ଦ ଙ୍କ ଦ୍ୱାରା ସଂଯୁକ୍ତ ହୋଇପାରିବେ ସେହି ଆଭିମୁଖ୍ୟ ନେଇ ଆଜିର ଏହି ସତସଙ୍ଗ ର କାର୍ଯ୍ୟକ୍ରମ ର ଆୟୋଜନ ହୋଇଛି. ଗୁରୁହିଁ ଈଶ୍ୱର ତାଙ୍କରି
ପ୍ରବର୍ତ୍ତିତ ପଥକୁ ଆମେ ଅନୁସରଣ କରିପାରିଲେ ମାନବଜୀବନ ସାର୍ଥକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ. ସେହିଭଳି ଶିଶୁ କେଶବ ବାବା କହିଥିଲେ ଗୁରୁଦେବ ବାବା ଙ୍କ ରଚିତ ବିଭିନ୍ନ ଭଜନାବଳୀ ରେ ରହିଛି ଭାବ, ଆବେଗ ଏବଂ ତତ୍ୱ ଯାହା ଆମ୍ଭମାନଙ୍କ ପାଇଁ ଏକ ଅମୁଲ୍ୟ ସମ୍ପଦ. ନୀତି, ନିଷ୍ଠl, ସତପଥ ରେ ଯାଇ ଆମେ ପ୍ରଭୁ ଙ୍କ ନିକଟରେ ପହଂଚିପରିବା.ତେବେ ଜୀବନ ରେ ଜଣେ ଆଦର୍ଶ ମାର୍ଗଦର୍ଶକ ମିଳିପାରିଲେ ଏବଂ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇପାରିଲେ ଆମ ମାନଙ୍କ ଜୀବନ ଧନ୍ୟହେବ. ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ରୁ ଆସିଥିବା ଦୀନବନ୍ଧୁଦାସ ମହାରାଜ ତାଙ୍କ ପ୍ରବଚନ ରେ କହିଥିଲେ ଭଗବାନ ଙ୍କ ଚରଣlବିନ୍ଦ ରେ ନିଜକୁ ସମର୍ପିତ ହେବା ଓ ଠାକୁର ଙ୍କ ପୂଜା ଅର୍ଚନା କରିବା ଦ୍ୱାରା ଜୀବନ ରେ ଶାନ୍ତି ପ୍ରାପ୍ତ ହେବାସହ ମୁକ୍ତି ମିଳିଥାଏ.ଆୟୋଜିତ ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଗୁରୁଭାଇ ନିର୍ମଳ ଧଳ ଓ ତାଙ୍କ ପରିବାର ସଦସ୍ୟ ଙ୍କ ଦ୍ୱାରାପରିଚାଳନା କରାଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ର ବାବା ଆଲୋକ ଜୀ ମହାରାଜ, ତିହୁଡା ଆଶ୍ରମ ରୁ ଆସିଥିବା ଅନନ୍ତ କିଶୋର ରଥ, ରଞ୍ଜିତ ପ୍ରଧାନ, ସତ୍ୟାନନ୍ଦ ପାଣି, ବିଷ୍ଣୁନାରାୟଣ ପାଣି ଭଜନ ଗାଇବା ସହ ଅନ୍ୟlନ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ.