ପ୍ରଫେସର ସୁରେଶ ଚନ୍ଦ୍ରଙ୍କ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ  ଓଡ଼ିଶାରୁ ଯୁବା ଆଦିବାସୀ ବକ୍ତା ଯୋଗଦେଲେ  ରୁଦ୍ର ଚରଣ ମାଝୀ।

*********************************************

ଲହୁଣୀପଡ଼।- ୨୮ ମଇ ୨୦୨୨ ଦିନ  ବିହାର ର ଗୟା ଜିଲ୍ଲା ସ୍ଥିତ ଟେକାରୀ ସ୍ଥିତ ବ୍ଲକ ସଭାଗର ଠାରେ ପ୍ରଫେସର ସୁରେଶ ଚନ୍ଦ୍ର ଙ୍କ “ଦଳିତ ସାହିତ୍ୟ ଏଵଂ ଅନ୍ୟ ଶବ୍ଦ ସାଧନା” ପୁସ୍ତକ ର ଲୋକାର୍ପଣ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଥିଲା।ଏହି କାର୍ଯକ୍ରମ ରେ ବିହାର ସରକାରଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ  ମାନ ନୀୟ  ଶ୍ରୀ ଜିତେନ୍ ରାମ ମାଂଝୀ ଯୋଗଦାନ କରି ପୁସ୍ତକ ଉନ୍ମଚନ କରି କହିଥିଲେ ଯେ “ସମାଜରେ ସାହିତ୍ୟ ଏକ ଦର୍ପଣ ସଦୃଶ୍ୟ ତେଣୁ ଶିକ୍ଷିତ ସମାଜ ଗଠନ ପାଇଁ  ଶିକ୍ଷ୍ୟା ର ବ୍ୟବସ୍ଥା ହେବା ଦରକାର। ପ୍ରାଇଭେଟ୍ ଶିକ୍ଷା ଗରିବ ପିଲାଙ୍କ ଶିକ୍ଷା ପାଖରୁ ଦୂରକୁ ନେ ଯାଉଛି।ଏଣୁ ସମସ୍ତ ଙ୍କୁ ଶିକ୍ଷ୍ୟା ପ୍ରତି ସଚେତନ ହେବାର ଆବଶ୍ୟକ ଅଛି । ଓଡ଼ିଶାର ରୁ ଶ୍ରୀ ରୁଦ୍ର ଚରଣ ମାଝୀଙ୍କୁ ଏହି କାର୍ଯକ୍ରମ ରେ ବିଶିଷ୍ଟ ଆଦିବାସୀ ବକ୍ତା ଭାବରେ ଆମନ୍ତ୍ରଣ କରା ଯାଇଥିଲା ।ଏହି କାର୍ଯକ୍ରମ ରେ ଶ୍ରୀ ମାଝୀ ଯୋଗଦେଇ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଏହି ପୁସ୍ତକ ରେ କିଭଳି ବର୍ଣ୍ଣନା ହୋଇଛି  ସେଥି ପ୍ରତି ବିସ୍ତୃତ ସମୀକ୍ଷା  ପ୍ରସ୍ତୁତ କରିଥିଲେ ଏବଂ କହିଥିଲେ ଆଦିବାସୀ ସମାଜ କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିଲେ ସମାଜ ର ଉନ୍ନତି ହେବ।ଏହି କାର୍ଯକ୍ରମ ରେ ବିଭିନ୍ନ ରାଜ୍ୟ ର ବହୁ ଶିକ୍ଷ୍ୟାବିଦ ଅଂଶ ଗ୍ରହଣ କରି ପ୍ରଫେସର୍ ସୁରେଶ ଚନ୍ଦ୍ର ଙ୍କ ଏହି ପୁସ୍ତକ କୁ ପ୍ରଶଂସା କରିଥିଲେ।

Leave A Reply

Your email address will not be published.