ଶ୍ରୀ ଜଗନ୍ନାଥ ମହିମା ପ୍ରଚାରକ, ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ଦିଲ୍ଲୀ ଶ୍ରୀ ନୀଳାଚଳ ସେବାସଙ୍ଘ  ପକ୍ଷରୁ   ମର୍ଯ୍ୟାଦାଜନକ  “ଆଧ୍ୟାତ୍ମିକ ସବ୍ୟସାଚୀ” ସମ୍ମାନ ପ୍ରଦାନ

ନୂଆ ଦିଲ୍ଲୀ (ଲଷ୍ମୀନାରାୟଣ ବେବର୍ତ୍ତା )(ଆ. ପ୍ର.) ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମହିମl ,ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ରାଜ୍ୟ ଓ ରାଜ୍ୟବାହାରେ ଏପରିକି ବିଦେଶ ରେ  ମଧ୍ୟ ପ୍ରଚାର ପ୍ରସାର କରି ପ୍ରତିଟି ଉତ୍କଳୀୟ ତଥା ପ୍ରତିଟି ଓଡ଼ିଆ ଙ୍କ ମନପ୍ରାଣ ରେ ଭକ୍ତିରସ  ସଂଚାର କରାଇଥିବା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ପରମଭକ୍ତ, ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର  ର ଅନନ୍ୟ ପ୍ରତିଭା ର ଅଧିକାରୀ ତଥା ଜଗତସିଂହପୁର ଜିଲ୍ଲା ନାଉଗାଁ ନିକଟସ୍ଥ ତିହୁଡା ଆଶ୍ରମ ର ବ୍ରହ୍ମଚାରୀ ବାବା ସତ୍ୟlନନ୍ଦ ଦାସ ମହାରାଜ ଙ୍କୁ ଏଠାରେ  ଗତକାଲି ମନ୍ଦିର ପରିସରରେ ଶ୍ରୀ ନୀଳାଚଳ ସେବାସଙ୍ଘ  ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରବଚନ  କାର୍ଯ୍ୟକ୍ରମ ର ଅନ୍ତିମ ସନ୍ଧ୍ୟା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମହିମା ପ୍ରଚାର  ପ୍ରସାର  କରିବା ଦିଗରେ 

 ଙ୍କୁ ତାଙ୍କର ଉତ୍ସର୍ଗକୃତ ଅବଦାନ ତଥା ସମର୍ପଣ ଭାବ କୁ ସମ୍ମାନ ଜଣାଇ ଶ୍ରୀ ନୀଳାଚଳ ସେବାସଂଘ ତାଙ୍କୁ ମର୍ଯ୍ୟାଦା ଜନକ “ଆଧ୍ୟାତ୍ମିକ ସବ୍ୟସାଚୀ ” ସମ୍ମାନ ରେ ସମ୍ମlନିତ କରିଅଛି. ପ୍ରକାଶ ଥାଉ କି ବାବା ସତ୍ୟାନନ୍ଦ ଦାସ ମହାରାଜ ଦେଶ ବିଦେଶ ର ବିଭିନ୍ନ ମଠ, ମନ୍ଦିର ରେ ଶ୍ରୀ ଜଗନ୍ନାଥ ସଂସ୍କୃତି, ମହାପ୍ରଭୁ ଙ୍କ ମହିମା ଙ୍କୁ ପ୍ରଚାର କରି ପ୍ରତିଟି ଓଡ଼ିଆ ଙ୍କ ମନପ୍ରାଣ ରେ ଭକ୍ତି ଭାବ ସଂଚାର କରି ଚାଲିଛନ୍ତି.ଏପରିକି ଅଣ ଓଡ଼ିଆ ମlନେ ମଧ୍ୟ ବାବା ଙ୍କ ସୁଲଳିତ କଣ୍ଠ ରେ ଦେଉଥିବା ପ୍ରବଚନ ରେ ଭାବ ବିହ୍ୱଳ ହୋଇଥିବା ପରିଲିକ୍ଷିତ ହୋଇଛି. ଗତ 25 ତାରିଖ  ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟାରୁ ଅନୁଷ୍ଠିତ ହୋଇଥିବା ପଞ୍ଚରାତ୍ର ପ୍ରବଚନ କାର୍ଯ୍ୟକ୍ରମ ଗତକାଲି  ଭକ୍ତି ଓ ଶ୍ରଦ୍ଧା ଭାବନା ମଧ୍ୟରେ ରାତିରେ ଉଦଯାପିତ ହୋଇଯାଇଛି. ଦୈନିକ ଶତାଧିକ ପ୍ରବାସୀ ଓଡ଼ିଆ, ଅଣ ଓଡ଼ିଆ ଏଥିରେ ଯୋଗଦେଇଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ସେମାନଙ୍କୁ ରାତ୍ର ପ୍ରସାଦ ସେବନ ରେ ଆପ୍ୟାୟିତ କରାଯାଇଥିବା ଦେଖାଦେଇ ଥିଲା. ମନ୍ଦିର ର ପ୍ରମୁଖ କର୍ମକର୍ତ୍ତା ମନେ ଏଥିରେ ଉପସ୍ଥିତ ଥିବା ଦେଖାଦେଇ ଥିଲା.

Leave A Reply

Your email address will not be published.