ସୁକିନ୍ଦାର ପୂର୍ବତନ ତହସିଲଦାରଙ୍କ ନାମରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର ଜିଲ୍ଲା ସୁକିନ୍ଦାର ପୂର୍ବତନ ତହସିଲଦାରଙ୍କ ନାମରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ। ଯାଜପୁର ଜିଲ୍ଲା ସୁକିନ୍ଦାର ପୂର୍ବତ୍ତନ ତହସିଲିଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସୂଚନା ମୁତାବକ ଗତ କିଛି ମାସ ତଳେ କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ଏକ ଠିକା ସଂସ୍ଥାର ୩ଟି ବାଲି ବୋଝେଇ ଟ୍ରକ କୁ ଅଟକ ରଖିଥିଲେ ତତ୍କାଳୀନ ତହସିଲଦାର କାବେରୀ ମୁଦୁଲି। ପରେ ବାଲି ପରିବହନ ନେଇ ସମସ୍ତ କାଗଜପତ୍ର ଠିକ୍ ଥିବା ଦର୍ଶାଇ କୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲା ସଂମ୍ପୃକ୍ତ ଠିକା ସଂସ୍ଥା। ତେବେ ଆଜି ଏହି ମାମଲାର ଶୁଣାଣି କରି ସୁକିନ୍ଦାର ପୂର୍ବତନ ତହସିଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରି ଏହାର ତଦନ୍ତ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ। ସେ ପଟେ ସୁକିନ୍ଦାର ଏହି ପୂର୍ବତନ ତହସିଲଦାର ବର୍ତ୍ତମାନ ମୋ ସ୍କୁଲ ଅଭିଯାନ ଭୁବନେଶ୍ୱର ଠାରେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.