ବାଲକିଷାନ ବନ୍ଧ ଅନେକ ଲୋକଙ୍କ ଠାରେ କିଣା ବିକା ହେଉଛି, ସୁପ୍ରିମକୋର୍ଟ ନିଦ୍ଦେର୍ଶ ଦେଇଛନ୍ତି ଯେ କୌଣସି ଜଳଚର ଜମି ବିକ୍ରି ହେଇପାରେ ନାହିଁ
କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହାନ୍ତି ପଡାରେ ଥିବା ବାଲକିଷାନ ପୋଖରୀକୁ ପ୍ରଶାସନ ପକ୍ଷରୁ ନିଘା ନେଉ ନଥିବା କାରଣରୁ ଅସାମାଜିକ ବ୍ୟକ୍ତିଙ୍କ ଲୋଭ ଦୃଷ୍ଟି ପଡି ଯାଇଛି, ଫଳାରେ କିଣା ବିକା ୧୦ ଲୋକଙ୍କ ଠାରୁ ଅଧିକ ହେଲାଣି ଏହା ତହସିଲ କୋର୍ଟର ରେକର୍ଡ଼ କହୁଛି, ବର୍ତମାନ କଣ୍ଟାବାଞ୍ଜି ଏନଏସିର ତୃତୀୟ ବୈଠକ ବସିଥିବା ବେଳେ ସ୍ଥାନୀୟ ମହିଳା ମାନେ ଏନଏସି ନିର୍ବାହୀ ଅଧିକାରୀଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ବଲାଙ୍ଗିର ଜିଲ୍ଲପାଳ, ଟିଟିଲାଗଡ଼ ଉପଜିଲ୍ଲାପାଳ, କଣ୍ଟାବାଞ୍ଜି ତହସିଲଦାର, କଣ୍ଟାବାଞ୍ଜି ବିଧାୟକ, କଣ୍ଟାବାଞ୍ଜି ନାଗପାଲଙ୍କ ନିକଟକୁ ଦାବି ପତ୍ର ପ୍ରଦାନ କରିଛନ୍ତି, ଦାବିରେ ଲେଖା ଯାଇଛି ଯେ ଖାତା ନଂ ୩୯, ପ୍ଳଟ ନଂ ୩୩୦, ୩୩୧, ୩୩୨, କିସମ ବନ୍ଧ ରହିଛି, ୱାର୍ଡ ନଂ ୨, ୩, ୪, ୫, ର ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପୋଖରୀରେ ପାଣି ନ ରହିଥିବା ହେତୁ, ତେଣୁକରି ଏହାର ପୁନରୁଦ୍ଧାର ପାଇଁ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି, ପ୍ରଶ୍ନ ଯୋଗ୍ୟ ଯେ ଏହି ବନ୍ଧକୁ କିଭଳି ଭାବେ କିଣା ବିକା ଚାଲିଛି ତାହା ଏବେ ଚର୍ଚ୍ଚାର ବିଷୟ ମଧ୍ଯ ପାଲଟିଛି, ସ୍ଥାନୀୟ କିଛି ପ୍ରଭାବ ଶାଳୀ ନେତା ମାନଙ୍କ ସୁରକ୍ଷା କ୍ରମେ ଅସାମାଜିକ ବ୍ୟକ୍ତିଙ୍କ କୁ କର୍ତ୍ତୁତ୍ବ ଚାଲିଛି ବୋଲି ଆଲୋଚନା ହେଉଛି । ଟାଣୁଆ ନେତା ସନ୍ତୋଷ ସିଂ ସାଲୁଜାଙ୍କ ନିକଟରେ ଅଭିଯୋଗ ହେବା ପରେ କି ଫଳାଫଳ ହେଉଛି ତାରି ଅପେକ୍ଷାରେ ରହିଛି କଣ୍ଟାବାଞ୍ଜି, ଅନ୍ୟ ପକ୍ଷରେ ବରିୟମ ସିଂ ସାଲୁଜା ନଗରପାଳ ହେବା ପରେ ଡ୍ରେନ ଗୁଡିକ ଶୀଘ୍ର ଶୀଘ୍ର ସଫା କରେଇ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ମଧ୍ଯ ଏଦିଗରେ ବି କାର୍ଯ୍ୟ କରିପାରନ୍ତି ବୋଲି ଆଶା କରାଯାଉଛି, ଏନେଇ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ତହସିଲଦାରଙ୍କ ସହ ଆଲୋଚନା କଲାପରେ ପ୍ରକୃତ କାରଣ କଣ ତାହା ଜାଣିବା ପରେ ପଦକ୍ଷେପ ଗ୍ରହଣ କରିବୁ ବୋଲି ପ୍ରକାଶ କରିଥିଲେ, ଅନ୍ୟ ପକ୍ଷରେ ଦାବି ପତ୍ର ପ୍ରଦାନ କାରୀ ମାନେ ପ୍ରକାଶ କରିଛନ୍ତି ଯେ ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତେବେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି