ଇମ୍ଫା କମ୍ପାନୀ ପକ୍ଷରୁ କଂସ,କାଳିଆପାଣି, ଚିଙ୍ଗୁଡିପାଳ,ରାଁସୋଳ,କାଙ୍କଡ଼ପାଳ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୩୭ ନଂ ଜୋନ୍ ଜିଲ୍ଲା ପରିଷଦ, ଜେମା ଚାଖି,ବ୍ଲକ୍ ଅଧକ୍ଷ, ଉପାଦକ୍ଷା, ସୁକିନ୍ଦା ରିଜିୟନ କ୍ରୁମାଇଟି ମାନ୍ସ୍ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଧୀର ଏବଂ କର୍ମକର୍ତ୍ତାଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ସଭାରେ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଉତରୀ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହ ଖଣି ପ୍ରଭାବିତ ଅଞ୍ଚଳରେ ସଦା ସର୍ବଦା ଜନ କଲ୍ୟାଣ ଯୋଜନା ଇମ୍ଫା ସହଯୋଗ କରିବ ବୋଲି ଇମ୍ଫା ଖଣି ପ୍ରତିନିଧି ମନ୍ତବ୍ୟ ରଖିଛନ୍ତି।