କାକଟପୁର – କାକଟପୁର ବ୍ଲକ ପରିସରରେ ଦୈନିକ ସମ୍ବାଦ ପତ୍ର ସମାଜର କାକଟପୁର ପ୍ରତିନିଧି ରମେଶ ପଣ୍ଡାଙ୍କୁ ଆକ୍ରମଣ ହୋଇଥିବା ଶ୍ରୀପଣ୍ତା କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖବର ସଂଗ୍ରହ ପାଇଁ ଦୈନିକ ସମ୍ବାଦ ପତ୍ର ସମାଜର ପ୍ରତିନିଧି ରମେଶ ପଣ୍ଡା କାକଟପୁର ବ୍ଲକକୁ ଯାଇଥିଲେ।ଦୁର୍ନୀତି ବିରୋଧରେ ଶ୍ରୀଯୁକ୍ତ ପଣ୍ଡା ଜୈନିକ ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ ହଠାତ୍ ଉତକ୍ଷିପ୍ର ହୋଇପଡ଼ିଥିଲେ ନକଲି ସାମ୍ବାଦିକ କାଳି ପ୍ରସାଦ ସ୍ବାଇଁ।ଶ୍ରୀଯୁକ୍ତ ପଣ୍ଡାଙ୍କୁ ଉକ୍ତ ନକଲି ସାମ୍ବାଦିକ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ବ୍ଲକ୍ ବାହାରକୁ ଆସିଲେ କାଠ ଫାଳିଆଳେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀଯୁକ୍ତ ପଣ୍ଡା ଅଭିଯୋଗ କରିଛନ୍ତି।ଉକ୍ତ ନକଲି ସାମ୍ବାଦିକଙ୍କ କାଳି ବିରୋଧରେ କାକଟପୁର ଥାନାରେ ପୂର୍ବରୁ ମୋକଦ୍ଦମା ଚାଲିଥିବା ବେଳେ କୋଣାର୍କ ଠାରେ ଭାଇଚାର ନଷ୍ଟ ଉଦ୍ଦେଶ୍ୟରେ ଜାତିଆନା ଆକ୍ଷେପକରି ବିଚାର ବିଭାଗୀୟ ହାଜତରେ ଥିଲେ।କାଳି ପୂର୍ବରୁ ୟୁଥ୍ ମାସ ସଂଗଠନ କରି ବେକାର ଯୁବକ ମାନଙ୍କୁ ବାଉନସୁଗାର, ଗଞ୍ଜେଇ ଚାଲାଣ କରୁଥିଲା ନିଜ ଗୁମର ଫିଟିଯିବ ବୋଲି ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ଅଫିସରେ ହାଲକାଫୁଲକା ଧମକ ଦେଇ ମୋଟା ଅଙ୍କର ଅର୍ଥ ଆଦାୟ କରିବା ସହ ଯୁବତୀ ମାନଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା।ଏ ସମ୍ପର୍କରେ ଲିଖିତ ଅଭିଯୋଗ ହୋଇଥିଲା ପୋଲିସ କାର୍ଯ୍ୟାନୁଷ୍ଠାନ ସୁରୂପ ମୋକଦ୍ଦମା ରୁଜୁ ମଧ୍ୟ କରିଥିଲା।ପରବର୍ତ୍ତୀ ମୁହୁର୍ତ୍ତରେ ନକଲି ସାମ୍ବାଦିକ ନିଶାବେପାରୀ ବେଲରେ ଆସି ଫୁଣି ଅସାମାଜିକ କାର୍ଯ୍ୟକଳାପ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଭିନ୍ନ ସମୟରେ ର୍ଦୁବ୍ୟବହାର କରିଆସୁଥିଲା।ବ୍ଲକ ପରିସରରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ର୍ଦୁବ୍ୟବହାର ନକଲି ସାମ୍ବାଦିକ ପାଇଁ ମହଙ୍ଗା ପଡ଼ିଛି। ଅଭିଯୋଗ ପରେ କାକଟପୁର ପୋଲିସ ଗୁରୁତର ସହ ନେଇ ୧୦୧/୨୦୨୨ ଦଫା ୨୯୪,୫୦୬ମାମଲା ରୁଜୁ କରି ନକଲି ସାମ୍ବାଦିକ ନିଶାବେପାରୀ କାଳିକୁ ଗିରଫ ପାଇଁ ଘନଘନ ଛାପା ମରାଯାଉଛି ବୋଲି କାକଟପୁର ଥାନା ଅଧିକାରୀ ପକ୍ଷରୁ ସୂଚନା ମିଳିଛି।ଏହି ଖବର ଅଞ୍ଚଳରେ ପ୍ରସାରିତ ହେବା ପରେ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଥିବା ବେଳେ କାକଟପୁର କଂଗ୍ରେସ କମିଟି, କାକଟପୁର ବିଜେଡି ଦଳ, ବିଜେପି ଦଳ, ଆମ ଆଦମୀ, ସଚେତନ ନାଗରିକ ମଞ୍ଚ,କାକଟପୁର ବିକାଶ ପରିଷଦ,ପତିତପାବନ ଯୁବ ପରିଷଦ ପକ୍ଷରୁ ଦୃଢ଼ ନିନ୍ଦା କରିବା ଏହି ନକଲି ସାମ୍ବାଦିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁରୂପ ତଡିପାର କରାଯାଉ ବୋଲି ଦାବି ଜୋର ଧରିଛି।