କାଙ୍କଡ଼ପାଳ ଗ୍ରାମର ଶ୍ରୀ ଗଣେଶ ଯୁବକ ସଂଘ ପକ୍ଷରୁ ଶ୍ରମଦାନ କରି ଆଜି ଗାଁରେ ଥିବା ଚୁଆଝର ଜଳାଶ୍ରୟ ରୁ ଦଳ ଓ ପଙ୍କ ଉଦ୍ଧାର କରାଯାଇଛି। ଖରିଫ ୠତୁରେ ନିଆଣ୍ଟିଆ ବୃଷ୍ଟିପାତ ସମୟରେ ଚାଷୀମାନେ ଜଳାଶ୍ରୟ ରୁ ପାଣିପମ୍ପ ଯୋଗେ ପ୍ରତିକୂଳ ପରିସ୍ଥିତିରେ ଜମିକୁ ଜଳସେଚନ କରି ସାମ୍ଭାବ୍ୟ ମରୁଡ଼ିର କଡା ମୁକାବିଲା କରିଥାନ୍ତି ଏବଂ ଗ୍ରୀଷ୍ମ ପ୍ରଭାବ ସମୟରେ ବୁଲା ଗୁରୁଗାଈ ପାଣିପିଇ ଶୋଷ ମେଣ୍ଟେଇ ଥାନ୍ତି l ଦୁର୍ଭାଗ୍ୟ ଯେ ଜଳାଶ୍ରୟ ଗୋଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ପୋତିହୋଇ ନିଜର ପ୍ରକୃତ ଜଳଧାରଣ କ୍ଷମତା ଦ୍ରୁତ ହ୍ରାସ ପାଉଛି ।ଏହା ଦ୍ୱରା ଆଗାମୀ ଦିନରେ କୃଷିକ୍ଷେତ୍ରରେ ଜଳସେଚନ ଗୁରୁତ୍ୱର ଭାବେ ପ୍ରଭାବିତ ହେବା ଆଶଙ୍କା କୁ ମଧ୍ୟ ଏଡେଇ ନଦିଆ ଯାଇପାରେ।ଏବେଠୁ କ୍ଷୁଦ୍ର ଚଳସେଚନ ବିଭାଗ ଓ ପଞ୍ଚାୟତ ରାଜ ବିଭାଗ ଏଥି ପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ ଅଟେ l