ଅସ୍ତରଙ୍ଗ- ଅସ୍ତରଙ୍ଗ ପଞ୍ଚାୟତ ସମିତି ସଭା ଗୃହରେ ସମସ୍ତ ନୂତନ ସଭ୍ୟ ସଭ୍ୟା ଓ ଅଧ୍ୟକ୍ଷା ଙ୍କୁ ନେଇ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।ଅଧ୍ୟକ୍ଷା ଆରତୀ ନାୟକଙ୍କ ଅଧକ୍ଷତା ରେ ଆରମ୍ଭ ହୋଇଥିଲା।ବୈଠକରେ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ଉଦ୍ୟାନ କୃଷି , ପଶୁ ସମ୍ପଦ, ମହିଳା ଶିଶୁ ବିକାଶ, ବିଦ୍ୟୁତ ସେବା, ଓ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଧ୍ୟକ୍ଷାଙ୍କ ଚୌକି ଦୁରୁପଯୋଗ ସମ୍ପର୍କରେ ସଭ୍ୟା ଆରତୀ କାଣ୍ଡି ଅଭିଯୋଗ କରିବା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।ଅଧ୍ୟକ୍ଷା ଆରତୀ ନାୟକ ଓ ସଭ୍ୟା ଆରତୀ କାଣ୍ଡିଙ୍କ ମଧ୍ୟରେ ବାକବିତଣ୍ଡା ଜୋରରେ ହୋଇଥିଲା।ବିଡିଓ ଡ଼ଃ ବେବିତା ମଞ୍ଜରୀ ନାୟକଙ୍କ ହସ୍ତକ୍ଷେପ ପରେ ଗୃହ ଶାନ୍ତ ପଡ଼ିଥିଲା।ଏହି ଘଟଣାକୁ ଗୃହରେ ପରୋକ୍ଷ ଭାବେ ସମସ୍ତେ ନାପସନ୍ଦ କରିଥିଲେ।ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ଏହାକୁ ନିନ୍ଦା କରିଥିଲେ।ଏହି ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଗୃହରେ ମତ ପ୍ରକାଶ ପାଇଥିଲା।ଏହା ପରେ ନୂଆଗଡ଼ ସରପଞ୍ଚ ଜିତେନ୍ଦ୍ର ସ୍ଵାଇଁ ଓ ନୂଆଗଡ଼ ସମିତି ସଭ୍ୟ ରାମଚନ୍ଦ୍ର ନାୟକଙ୍କ ମଧ୍ୟରେ ନୂଆଗଡ଼ ପଞ୍ଚାୟତ ବୈଠକକୁ ନେଇ କିଛି ସମୟ ପ୍ରବଳ ଯୁକ୍ତିତର୍କ ହୋଇଥିଲା।ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ସମସ୍ତେ ଧନ୍ୟବାଦ ଦେଇଥିଲେ।ସମସ୍ତ ସଭ୍ୟ ସଭ୍ୟା ମାନେ ସରକାରଙ୍କ ଉନ୍ନୟନ କାର୍ଯ୍ୟକୁ ଦଳମତ ନିର୍ବିଶେଷରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।ଯେପରି ଜନସାଧାରଣଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ରାଜଲକ୍ଷ୍ମୀ ନାୟକ,ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ,ବନିତା ବେହେରା, ଉପାଦକ୍ଷ ଦୁର୍ଜୟ ମିଶ୍ର, ଅତିରିକ୍ତ ବିଡିଓ ଯୋଗେନ୍ଦ୍ର ମହାକୁଡ଼, ସାଂସଦ ପ୍ରତିନିଧି ଚମ୍ପକ ବାରିକଙ୍କ ସମେତ ୧୫ ପଞ୍ଚାୟତର ସମସ୍ତ ସରପଞ୍ଚ , ସମିତି ସଭ୍ୟ ସଭ୍ୟା ଓ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।