ଧାମନଗର – ଧାମନଗର ସେବା ସମବାୟ ନିର୍ବାଚନକୁ ନେଇ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଗତକାଲି ସମବାୟ ସମିତି ସମ୍ପାଦକଙ୍କୁ ହଟାଇ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଆଜି ଧାମନଗର ସମବାୟ ସମିତି ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀଙ୍କୁ ଵଦଳାଯାଇ ଆଉ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସାନି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାତ୍ର ଏହାକୁ ନେଇ ପୁଣି ଚାଷୀଙ୍କ ଧାରଣା ଓ ବିରୋଧ ଦେଖା ଦେଇଛି । ଆଜି ଶତାଧିକ ମହିଳାଙ୍କ ସମେତ ବହୁ ଚାଷୀ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବାବେଳେ ନୂତନ ସମ୍ପାଦକଙ୍କୁ ଦାୟିତ୍ଵ ହସ୍ତାନ୍ତର କରାଇଦେଇନଥିଲେ । ପୋଲିସ ସୁରକ୍ଷାରେ ସାନି ନିର୍ବାଚନ ନିମନ୍ତେ ନୋଟିସ ମରାଯାଇଥିବାବେଳେ ଏହାକୁ ବହୁ ଚାଷୀ ବିରୋଧ କରିଛନ୍ତି । ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରୀ ଦଳ ଜୋର ଜବରଦସ୍ତ ନିର୍ବାଚନକୁ ଅଗଣତାନ୍ତ୍ରିକ ଭାବେ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି । ଜଣେ ନିର୍ବାଚନ ଅଧିକାରୀ ଏକ ଭୋଟର ତାଲିକା ପ୍ରକାଶ କରିବାପରେ ଚାପରେ ତାହାକୁ ସ୍ଥଗିତ ରଖିବା , ନିର୍ବାଚନ ସ୍ଥଗିତ ରଖିବାପରେ ନିର୍ବାଚନ ଅଧିକାରୀ ବଦଳାଯିବା , ନୂତନ ନିର୍ବାଚନ ଅଧିକାରୀ ସାନି ନିର୍ବାଚନ ସାରଣୀ ବିଜ୍ଞପ୍ତି ପ୍ରକାଶ କରିଵା ଏକ ପ୍ରହସନ ଏବଂ ଏହା ସରକାରୀ ଦଳର ଚାପରେ କରାଯାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରାଇ ଦିଆଯିବନାହିଁ । ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବବୋଲି ଚେତାବନୀ ଦିଆଯାଇଛି । ଶରତ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୈଳାଶ ଚନ୍ଦ୍ର ମହାପାତ୍ର , ଜଗନ୍ନାଥ ରାଉତ , ଅଜିତ କୁମାର ଦାସ, ପ୍ରିତମ୍ ଦାସ , ଦେବାଶିସ ମହାନ୍ତି,ଯୋଗେନ୍ଦ୍ର ରାଉତ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ ।