ଅବସର ନେଲେ ପ୍ରଧାନ ଶିକ୍ଷୟତ୍ରୀ  ମିନତୀ ବହିଦାର

 ସୁବର୍ଣ୍ଣପୁର –  ସୋନପୁର ବାଳିକା ହାଇସ୍କୁଲ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ବହିଦାର  ଏବେ ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି l ଏହି ଉପଲକ୍ଷେ ବିଦ୍ୟାଳୟ ର ନୂତନ ପ୍ରଧାନ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣ ଙ୍କ ଅଧ୍ୟକ୍ଷତା ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା l ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀମତି ବହିଦାରଙ୍କ ଛାତ୍ରୀବତ୍ସଳତା ଓ କର୍ତ୍ତବ୍ୟ ନିଷ୍ଠା ର ଭୁୟସୀ ପ୍ରଶଂସା କରଯାଇଥିଲା।ତାଙ୍କର ଅଧ୍ୟାପନା ଆଦିର ପଟାନ୍ତର ନାହିଁ ବୋଲି ତାଙ୍କର ବିଦାୟକାଳୀନ ସଭାରେ ସମସ୍ତେ ମତରଖିଥିଲେ।ଏ ଅବସରରେ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରାଯାଇଥିଲା l ପ୍ରକାଶ ଥାଉ କି ଯେ ଶ୍ରୀମତୀ ବହିଦାର ୧୯୮୨ ଜୁନ ରେ ଲୋଇସିଂହା ସରକାରୀ ବାଳିକା ହାଇସ୍କୁଲ ରେ ଶିକ୍ଷୟିତ୍ରୀ ଭାବରେ ଯୋଗଦାନ କରି ଏପ୍ରିଲ ୨୦୦୫ ରେ ତରଭା ଶିବତଲା ହାଇସ୍କୁଲ କୁ ବଦଳି ହୋଇ ଆସିଥିଲେ l ଶେଷରେ ୨୦୦୭ ମସିହା ଅକ୍ଟୋବର ମାସରେ ସୋନପୁର ସରକାରୀ ଊଚ୍ଚ ବିଦ୍ୟାଳୟ ରେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯୋଗଦାନ କରି ସବୁଠି ନିଷ୍ଠା ଓ ଦକ୍ଷତା ର ସହ କାର୍ଯ୍ୟ କରି ସେ ସବୁଠି ପ୍ରଶଂସା ଭାଜନ ହୋଇଛନ୍ତି l ଦୁଇ ବର୍ଷ ପୂର୍ବରୁ ସିନିୟର ଏସ ସି ଏସ ପଦ କୁ ପଦୋନ୍ନତି ପାଇ ମଧ୍ୟ ଏ ପଦବୀ କୁ ସେ ପ୍ରତ୍ୟାଖାନ କରି ନିଜ ସହର ର ଝିଅ ମାନଙ୍କ  ଉତ୍ତମ କ୍ୟାରିୟର ଗଠନ ଓ ଭଲ ମଣିଷ କରି ଗଢି ତୋଳିବା ପାଇଁ ସଂକଳ୍ପ ନେଇଥିଲେ l ତାଙ୍କ ନିଷ୍ଠା, ସମୟାନୁବର୍ତ୍ତିତା, ଓ ଶୃଙ୍ଖଳା ପାଇଁ ଶ୍ରୀମତୀ ବହିଦାର ଙ୍କୁ ପ୍ରତି ସ୍କୁଲ ରେ ତାଙ୍କୁ ସବୁବେଳେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ମାନ ପ୍ରଦାନ କରାଯାଉଥିଲା l ସେ ସବୁ ଦାୟିତ୍ୱ କୁ ମଧ୍ୟ ସଠିକ ଭାବେ ପରିଚାଳନା କରି ଊଚ୍ଚ କର୍ତ୍ତୃପକ୍ଷ ଙ୍କ ଆସ୍ଥା ଭାଜନ ସାଙ୍ଗକୁ ସହକର୍ମୀ ମାନଙ୍କ ପାଇଁ ଉଦାହରଣ ହୋଇ ରହିଥିଲେ l ଅନ୍ୟମାନ ଙ୍କ ପାଇଁ ସେ ପ୍ରେରଣା ସାଜିଥିବା ବେଳେ ତାଙ୍କ ଅବସର ପରେ ଏହି ବିଦ୍ୟାଳୟ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଙ୍କ ଅନୁପସ୍ଥିତିକୁ ସବୁବେଳେ ଅନୁଭବ କରିବ ବୋଲି ତାଙ୍କର ସହକର୍ମୀ ତଥା ଅଭିଭାବକ ମହଲରେ ମତପ୍ରକାଶ ପାଇଛି l

Leave A Reply

Your email address will not be published.