ଜାମଚୁଆଁ ଗ୍ରାମ ରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ

ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମ ରେ ଗ୍ରାମବାସୀ ଙ୍କ ସହୋଯୋଗ ରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଛି ଏହା ୧ ତାରିଖ ରୁ ଆରମ୍ଭ ହୋଇ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ଅଞ୍ଚଳରେ କୈାଣସି ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନଥିଲା। ଚଳିତ ବର୍ଷ କଟକଣା ନଥିବାରୁ ଭକ୍ତଙ୍କ ଗହଣରେ ଆନନ୍ଦ ଉଦ୍ଦୀପନା ଦେଖିବାକୁ ମିଳୁଛି। ଏହି ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ରେ କର୍ତା ରୂପେ ଗ୍ରାମ ର ରମାକାନ୍ତ ଖମାରୀ ଓ ସୁନନ୍ଦିନୀ ଖମାରୀ ଦାୟିତ୍ଵ ନିର୍ବାହ କରୁଛନ୍ତି।ଯଜ୍ଞ ର ତୃତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ। ନାମ ଯଜ୍ଞ କମିଟି ର ସଭାପତି ଶ୍ରୀ ସତ୍ୟ ନାରାୟଣ ପଣ୍ଡା,ମୋକ୍ଷକର୍ତା ଖମାରୀ,ଲଲିତ ମୋହନ ଭୋଇ, ଶ୍ରୀ ଜୟଦେବ ନାଗ, ଶ୍ରୀ ସୁବାଷ ପ୍ରଧାନ, ପୂର୍ଣଚନ୍ଦ୍ର ଭଇଁସାଲ, ସୀତାକାନ୍ତ ଖମାରୀ ଓ କମିଟି ର ସମସ୍ତ ସଭ୍ୟ ଉପସ୍ଥିତ ରହି ସୁରୁଖୁରୁରେ ନିଜ ର ଦାୟିତ୍ଵ ସମ୍ପାଦନ କରୁଛନ୍ତି। ଭକ୍ତଙ୍କ ପାଇଁ ଅନ୍ନଭୋଗ ଓ ପାନୀୟ ଜଳର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତ ମାନେ ଏତେ ପ୍ରବଳ ଗରମ କୁ ଖାତିର ନକରି ପ୍ରଭୁଙ୍କ ଭକ୍ତିରେ ନିମଗ୍ନ ରହିଛନ୍ତି। ନାମ ଯଜ୍ଞ ରେ ପ୍ରତ୍ୟହ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.