ସ୍ଵାଧୀନତା ସଂଗ୍ରାମୀ କାଳନ୍ଦୀ ଚରଣ ଦାସଙ୍କର ପରଲୋକ

ଧାମନଗର- ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ବାହରବିଲ ଅଞ୍ଚଳର ୯୯ବର୍ଷୀୟ ସ୍ଵାଧୀନତା ସଂଗ୍ରାମ ସ୍ବର୍ଗତ କାଳନ୍ଦୀ ଚରଣ ଦାସ ଦିର୍ଘ କିଛି ଦିନ ଧରି ବର୍ଦ୍ଧକ୍ୟ ଜନିତ ଅସୁସ୍ଥତା ରେ ପୀଡିତ ଥିଲେ।ଆଜି ଭୋର ୫ଟା ସମୟରେ ତାଙ୍କର ବାହାରବିଲି ବାସ ଭଵନରେ ଦେହାନ୍ତ ହୋଇଛି।ତାଙ୍କର ଦେହାନ୍ତ ସମୟରେ ଦୁଇ ଝିଅ ଓ ପୁଅ ପ୍ରମୋଦ ଉପସ୍ଥିତ ଥିଲେ।ସଂଗ୍ରାମୀଙ୍କର ଦେହାନ୍ତ ଖବର ଶୁଣିଵା ପରେ ଧୁଷୁରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।ତାଙ୍କର ଶେଷ ଦର୍ଶନ ପାଇଁ ଧୁଷୁରୀ ଓ ଆଖପାଖ ଅଞ୍ଚଳର ବହୁ ଲୋକେ ତାଙ୍କ ବାସ ଭବନରେ ପହଞ୍ଚି ଥିଲେ।ଏହି ମହାନ ସଂଗ୍ରାମୀଙ୍କ ଦେହାନ୍ତ ଖବର ପାଇବା ପରେ ଜିଲ୍ଲା ସୂଚନାଧିକାରୀ ରମେଶ ଚନ୍ଦ୍ର ନାୟକ,ଧାମନଗର ତହସିଲଦାର କ୍ଷିରୋଦ ପଣ୍ଡା,ଧୁଷୁରୀ ଥାନା ଏ ଏସ ଆଇ ପରମାନନ୍ଦ ସାମଲ,ସ୍ବାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ,ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି,କବି ଦୟାନିଧି ମିଶ୍ର ଓ ଏ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ନେତା,ସାମ୍ଵାଦିକମାନେ ପହଞ୍ଚି ସଂଗ୍ରାମୀଙ୍କ ପର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିସାରିବା ପରେ ଏକ ଶୋକାକୁଳ ପରିଵେଶରେ  ଶେଷକୃତ୍ୟ ସମ୍ପନ ହୋଇଥିଲା।ତାଙ୍କର ଏକମାତ୍ର ପୁତ୍ର ପ୍ରମୋଦ ଦାସ ପିତାଙ୍କର ମୁଖାଗ୍ନି ଦେଇଥିଲେ।

Leave A Reply

Your email address will not be published.