ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ କ ରାସ୍ତାର ପୁଇଗାଁ ନିକଟସ୍ଥ ହଂସରାଡି ପୋଲ ଠାରେ ୧୦୨ ଆମ୍ବୁଲାନ୍ସ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ମୃତ୍ୟୁ ହୋଇଥିବା ବେଳେ ଆଉ ୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଅପରାହ୍ନ ୨ଟା ବେଳେ ଏହି ଅଟୋ ବଣାଇଁ ସାପ୍ତାହିକ ହାଟରୁ ଖୁଣ୍ଟଗାଁ ପଟେ ଯାଉଥିବା ବେଳେ ଅପରପକ୍ଷରୁ ଏକ ଆମ୍ବୁଲାନ୍ସ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ପୋଲ ତଳକୁ ଦୁଇଟି ଯାକ ଗାଡି ଖସି ପଡିଥିଲେ। ଫଳରେ ବସିଥିବା ଆଟୋରେ ଯାତ୍ରୀ ମାନେ ଅଟୋରୁ ଛିଟିକି ପଡି ଗୁରୁତର ହୋଇପଡିଥିଲେ ।ଘଟଣାସ୍ଥଳରେ
ସ୍ଥାନୀୟ ଲୋକେ ଓ ଦମକଳବାହିନୀ ପହଞ୍ଚି ସମସ୍ତ ଗୁରୁତର ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ମୃତ୍ୟୁ ମାନେ ହେଲେ ରାଇକଲାପୋଷ ଗ୍ରାମର ପ୍ରିୟଙ୍କା ସାହୁ (୧୮)ଓ ମାଲତି କିସାନ(୫୦)। ତେବେ ଗୁରୁତର ହୋଇଥିବା ମଧ୍ୟରେ ପ୍ରଫୁଲା ନାଏକ, ପୁଷ୍ପା ସାହୁ, ନମିତା ମୁଣ୍ଡା, ସୁନିତା ମୁଣ୍ଡା, ପାର୍ବତୀ ମୁଣ୍ଡା, ଜୟଦେବ କିସାନ, ଫକୀର ମୁଣ୍ଡା ଓ ଅଟୋ ଚାଳକ ଲାଦୁ ମୁଣ୍ଡା ଏମାନଙ୍କୁ ବଣାଇଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।ଲହୁଣୀପଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହିତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।