ବରଗଡ: ବରଗଡ ଜିଲ୍ଲାର ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଦ୍ମପୁରରେ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ର ଏକ ପ୍ରତିନିଧି ମଣ୍ଡଳୀକୁ ସୂଚନା ଦେଇଛନ୍ତି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପଦ୍ମପୁର ର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ର ୩ ମୂର୍ତ୍ତି ଲେନ୍ ସ୍ଥିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନ ରେ ସାକ୍ଷାତ କରି ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବୀ ଜଣାଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ କେନ୍ଦ୍ର ସରକାରଙ୍କ ତାଙ୍କ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ପଦ୍ମପୁର ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଓ ରାଜ୍ଯ ସରକାରଙ୍କ ସହ ପ୍ରକ୍ରିୟା ସମାପ୍ତ ପରେ ତୁରନ୍ତ ବିଦ୍ୟାଳୟର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିନିଧି ମଣ୍ଡଳୀଙ୍କୁ ସୂଚନା ଦେଇଛନ୍ତି । ପ୍ରତିନିଧି ମଣ୍ଡଳୀରେ ପଦ୍ମପୁର ସମାଜ ସେବୀ ଶ୍ରୀ ସଂଜିବୀ ମାଝୀ ଓ ଶଶାଙ୍କ ଶେଖର ସାହୁ ସାମିଲ ଥିଲେ ।