ତେଜୁଛି ବନ୍ଦର ବିରୋଧୀ ଆନ୍ଦୋଳନ, ବନ୍ଦର ଓ ପେଟ୍ରୋକେମିକାଲ ପ୍ଲାଣ୍ଟକୁ ବିରୋଧ କରି  ବିଶାଳ ଜନସମାବେଶ

ବାଲିଆପାଳ: ଦକ୍ଷିଣ ବାଲିଆପାଳ ରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ ପ୍ଲାଣ୍ଟ ବିରୋଧରେ ଜନ ଅସନ୍ତୋଷ ଦିନକୁ ଦିନ ତେଜିବାରେ ଲାଗିଛି। ଏହି ଜନ ଅସନ୍ତୋଷ  ମଙ୍ଗଳବାର ଦକ୍ଷିଣ ବାଲିଆପାଳ ର ବେତାଗଡ଼ିଆ ପଞ୍ଚାୟତ ର ନହରା ଛକରେ ବିଶାଳ ଜନ ସମାବେଶ ସୃଷ୍ଟି କରିଥିଲା। ଉପକୂଳ ଭିଟାମାଟି ସୁରକ୍ଷା କମିଟି ର ଆହ୍ବାନ ରେ ତିନି ହଜାର ରୁ ଅଧିକ ମହିଳା ପୁରୁଷ ଉକ୍ତ ସମାବେଶ ରେ ଯୋଗ ଦେଇ ଭିଟାମାଟିକୁ ସୁରକ୍ଷା କରିବା ପାଇଁ ଶେଷ ଦିନ ପର୍ଯ୍ୟନ୍ତ ମାଟି ସୁରକ୍ଷା ଆନ୍ଦୋଳନ ରେ ସାମିଲ ରହିବାର ଦୁର୍ବାର ଶପଥ ନେଇଥିଲେ। ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ  ପ୍ରଖ୍ୟାତ ସାମାଜିକ କର୍ମୀ ତଥା  ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ଏବଂ ଜନ ଆନ୍ଦୋଳନ ସମୂହର ରାଷ୍ଟ୍ରୀୟ ସମନ୍ଵୟ କମିଟି ର ଅଧ୍ୟକ୍ଷା ଶ୍ରୀମତୀ ମେଧା ପାଟ୍ଟକର ଯୋଗ ଦେଇ ବାକ୍ତଵ୍ୟ ରେ କହିଥିଲେ ଏକତା ହିଁ ବଳ। ଆମେ ଏକ ହୋଇ ଲଢ଼ିବା । ଆମ ଭିଟା ମାଟିକୁ ବଞ୍ଚାଇବା। ଏଇ ଲଢେଇ ଆମ ସମସ୍ତଙ୍କ ର ଲଢେଇ। ହମ୍ ଲଢ଼େଙ୍ଗେ ହମ ଜିତେଙ୍ଗେ ଏହାଛଡା ସେ  ଦେଶ ବଞ୍ଚାଅ ଦେଶକୁ ତିଆରି କର ର ନରା ରଖିଥିଲେ। ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା , ବର୍ଷିୟାନ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ,  ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ , ପୂର୍ବତନ ବିଧାୟକ  ଚିତ୍ତରଞ୍ଜନ ଷଡ଼ଙ୍ଗୀ,  ବାଲେଶ୍ଵର କଂଗ୍ରେସ କମିଟିର ସଭାପତି  ସଞ୍ଜୀବ ଗିରି  ,  ଆଇନଜୀବୀ  ଜୟନ୍ତ ଦାସ ,ଓଡ଼ିଶା ସମାଜବାଦୀ ପାର୍ଟିର  ସାଧାରଣ ସମ୍ପାଦକ  ସୁଦର୍ଶନ ପ୍ରଧାନ , କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ,    ଆମ୍ ଆଦମୀ ପାର୍ଟି ର  ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର  , ଓଡ଼ିଶା ଏ.ଆଇ.ଏସ୍.ଏଫ୍ର ସଭାପତି  ସଂଘମିତ୍ରା ଜେନା ,ବାଲିଆପାଳ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଜନ କୁମାର ନାୟକ   ,ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜିତା ନାୟକ , ବାଲିଆପାଳ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରାଜେଶ ଚୌଧୁରୀ , ୨୪ ନଂ ଜିଲ୍ଲା ପରିଷଦ ଜୋନର ସଦସ୍ୟ ବାବାଜୀ ଦେହୁରୀ  ଙ୍କ ସହିତ ବହୁ କଂଗ୍ରେସକର୍ମୀ ,ଭିଟାମାଟି ସୁରକ୍ଷା କମିଟି ର ସକ୍ରିୟ ସଂଗ୍ରାମୀ ସଦସ୍ୟ ଉପସ୍ଥିତ ରହି ଉପକୂଳ ଭିଟାମାଟି ଆନ୍ଦୋଳନ ସାମିଲ ରହିଛନ୍ତି ଆଗକୁବନ୍ଦୋଲନରେ ସାଥରେ ରହିବେ ବୋଲି ବକ୍ତବ୍ୟ ମାଧ୍ୟମର କହିଥିଲେ।

Leave A Reply

Your email address will not be published.