ଅସ୍ତରଙ୍ଗ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ତୁଷାର କାନ୍ତି ବେହେରାଙ୍କୁ ନୂତନ ଦାୟିତ୍ୱ ମିଳିବା ସହିତ ପୂର୍ବ ବିଭାଗ ବଜାୟ ରଖିଛନ୍ତି।ପୂର୍ବ ଦାୟିତ୍ୱ ସହ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ଦାୟିତ୍ୱ ମିଳିଥିବାରୁ ଅସ୍ତରଙ୍ଗ ବ୍ଲକ ବିଜେଡି ପକ୍ଷରୁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିବା ବେଳେ ତୁଷାରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ସୋମବାର ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ଵାଧୀନ କୁମାର ନାୟକ ,ବରିଷ୍ଠ କର୍ମୀ ନେତାମାନେ ଅସ୍ତରଙ୍ଗ ବଜାରରୁ ଦଳୀୟ କାର୍ଯ୍ୟାଳୟକୁ ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ।ସେଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏଥିସହିତ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଫଟୋ ଚିତ୍ର ଥିବା ଏକ କେକକୁ ଆନୁଷ୍ଠାନିକ ଭାବେ ସମସ୍ତଙ୍କ ଉପସ୍ଥିତରେ ଶ୍ରୀ ବେହେରା ଉନ୍ମୋଚିତ କରିବା ସହିତ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ।୧ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ନେତାମାନେ ଜଣକ ପରେ ଜଣେ ପୁଷ୍ପଗୁଛ ଦେଇ ସ୍ଵାଗତ ଜଣାଇଥିଲେ।ମନ୍ତ୍ରୀ ଶ୍ରୀ ବେହେରା ସମସ୍ତଙ୍କୁ ମିଠା ବଣ୍ଟନ କରିଥିଲେ।ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଉପରେ ପ୍ରଥମେ ଗୁରୁତ୍ୱ ଦେବି।ସାଧାରଣ ଲୋକେ ଯେମିତି ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟ ପାଇବାରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବି।ନବୀନ ପଟ୍ଟନାୟକଙ୍କ ଆସ୍ଥା ଓ ବିଶ୍ୱାସକୁ ସବୁବେଳେ ଜନସାଧାରଣଙ୍କ ପାଇଁ ବଜାୟ ରଖିବି।ଥାନା ଗୁଡିକରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟା ଦୂର କରିବା ଦିଗରେ ଯତ୍ନବାନ ହେବି।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ, ବନିତା ବେହେରା, ପୂର୍ବତନ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୋର୍ତିମୟ ଦଳାଇ,ଆତ୍ମା କମିଟି ଅଧ୍ୟକ୍ଷ ଜୟନ୍ତ ତ୍ରିପାଠୀ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ଵାଇଁ, ବରିଷ୍ଠ କର୍ମୀ କୁଞ୍ଜ ବିହାରୀ ପ୍ରଧାନ, ଋତୁ ରାଜ ରାଉତ, ପୁରନ୍ଦର ବିଶ୍ଵାଳ,ପ୍ରଫୁଲ୍ଲ ସ୍ଵାଇଁ, ପୁରନ୍ଦର ମହାନ୍ତି, ବିଜୁ ଯୁବ ଜନତା ସଭାପତି ପ୍ରଶାନ୍ତ ନାୟକ, ବ୍ଲକ ବିଜୁ ଜନତା ଦଳ ସଭାପତି କେଦାର ନାଥ ବିଶ୍ଵାଳ,ସାଂସଦ ପ୍ରତିନିଧି ଚମ୍ପକ ବାରିକ,ଚକ୍ରଧର ସ୍ୱାଇଁ, ରୁଦ୍ରପ୍ରତାପ ଲେଙ୍କା,ସରପଞ୍ଚ କ୍ଷୀରୋଦ କାଣ୍ଡି, ପାଟଳଦା ସରପଞ୍ଚ ଯଶୋବନ୍ତ ନାୟକ,ତାଳଦା ସରପଞ୍ଚ ଇଂ ଦୀପକ ପରିଡ଼ା,ଶ୍ରୀୟା ବରାଳ,ମଧୁସ୍ମିତା କାଣ୍ଡି, ଜ୍ୟୋଷ୍ଣାରାଣୀ ପରିଡା, ସମିତି ସଭ୍ୟା ଆରତୀ କାଣ୍ଡି,କମଳା ରାଉତ,ମନ୍ଦାକିନୀ ଛାଟୋଇ,ବିମ୍ବାଧର ବିଶ୍ଵାଳ,ରାମଚନ୍ଦ୍ର ନାୟକ, ନଗାର୍ଜୁନ ଦାସ, ବିପିନି ବିହାରୀ ପଟ୍ଟନାୟକ, ଅଭୟ ଯେନା,ପ୍ରଦେଶ ବରାଳ, ଲକ୍ଷ୍ମୀଧର ଯେନା, ଭୀମସେନ ସ୍ଵାଇଁ ସମେତ ୧ ହଜାରରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ।