ଚୋରା ବାଲିଟ୍ରାକ୍ଟରରୁ ଲକ୍ଷ ଲକ୍ଷ ଲାଞ୍ଚ ଆଦାୟ ଅଭିଯୋଗ

ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ )  ସଂପ୍ରତି ସାରାରାଜ୍ୟରେ ବ୍ୟାପକ କୋଠାବାଡି ଓ ସରକାରୀ ନିର୍ମାଣ ବୃଦ୍ଧି ପାଇଥିବା ନିମନ୍ତେ ନଦୀଶଯ୍ୟାରୁ ବିପୁଳ ପରିମାଣରେ କୋଟି କୋଟିଟଙ୍କାର ଧଳାହୀରା ବନାମ ବାଲିଚୋରି ଚାଲିଛି ।  ପ୍ରାୟ ପ୍ରତିଦିନ ଏହି ଖବର ଗଣମାଧ୍ୟମରେ ଲୋକଲୋଚନକୁ ଆସିବାରେ ଲାଗିଛି ।  ଏଭଳି ଘଟଣାକୁ ଲୋକେ ଗୁରୁତ୍ୱ ଦେଉ ନଥିଲେ ହେଁ , ବର୍ଷ ବର୍ଷ ଧରି ସମୁଦାୟ ଘଟଣାକୁ ଏକାଠି କଲେ , ଏହା ଯେ କେବଳ ରାଜ୍ୟର ବିପୁଳ ରାଜସ୍ୱହାନୀ ଘଟାଉଛି , ତା’ ନୁହେଁ  ;  ନିକଟରେ ଓଡିଶାକୁ ଆସିଥିବା ବିଶିଷ୍ଟ ପରିବେଶବିତ୍ ତଥା ସମାଜସେବିକା ମେଧା ପାଟେକର   ନଦୀଶଯ୍ୟାରୁ ଏଭଳି ବାଲିଖନନ ଫଳରେ ଜଳସ୍ତର ହ୍ରାସ ପାଇ ନଦୀଗୁଡିକ ମୃତ ହେଇପଡୁଥିବା ଉଦ୍ ବେଗ ପ୍ରକାଶ କରିଛନ୍ତି । ସଂପ୍ରତି ଛତିଶଗଡ ସହ ଜଳବିବାଦ ପାଇଁ  ଓଡିଶାର ଜୀବନରେଖା ମହାନଦୀର ନଦୀଶଯ୍ୟା ଶୁଖିଲା ପଡିଥିବା ପରିପ୍ରେକ୍ଷୀରେ  ସେଠାରୁ ବାଲିଖନନ ଓ ବାଲି ଚୋରି ଆଗକୁ ଭୟଙ୍କର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।

ତେବେ ବଲାଙ୍ଗୀର ପରି ପଶ୍ଡିମଓଡିଶାର  ସୀମାନ୍ତବର୍ତ୍ତୀ  ପ୍ରଶାସନ ବା ସରକାରୀ ନିୟମ କଟକଣା ଢିଲା ଥିବା ଦୁର୍ନୀତିପ୍ରବଣ ଅବହେଳିତ ଜିଲ୍ଲାରେ ତହସିଲ ବା ରାଜସ୍ୱବିଭାଗ ଓ ସ୍ଥଳବିଶେଷରେ ସଂରକ୍ଷିତ ଜଙ୍ଗଲରେ ଥିବା ଝରଣା ଓ ଶୁଖିଲା ନଦୀଶଯ୍ୟାରୁ ଦିନରାତି ବର୍ଷ ବର୍ଷ ଧରି ହେଉଥିବା ବାଲିଚୋରିକୁ ଧରପଗଡ ଆଳରେ ଲକ୍ଷ ଲକ୍ଷ ଟଙ୍କା ଉତ୍କୋଚ ଆଦାୟ କରି ଅସାଧୁ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତିଗ୍ରସ୍ତ ହୋଇପଡୁଥିବା ଅଭିଯୋଗ ଓ ଚର୍ଚ୍ଚା ହେଉଛି ।  ଏଣୁ ସରକାର ଏଥିପ୍ରତି ସଜାଗ ରହିବାକୁ ଦାବି ହେଉଛି ।

Leave A Reply

Your email address will not be published.