ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ରେ ଚାଲିଛି ଲିଚପିଟ କାମରେ ଦୁର୍ନୀତି. ଗତ ଥର ଆମେ ନଳକୂଅ ର ପାଣି କୁ ରାସ୍ତା ରେ ନ ଜାଇ ରଖିବା ପାଇଁ ଏକ ଗାତ ଖୋଲି ଢାଙ୍କୁଣୀ ଦେଇ ଏକ ଯୋଜନା ହୋଇଥାଏ, ଗତ ଥର ଆମେ ଶୁକପିଟ କିନ୍ତୁ ବିଡ଼ିଓ ଙ୍କ ଠାରୁ ଆମେ ଜାଣିବାକୁ ପାଇଲୁ ଜେ ତାକୁ ଲିଜପିଟ କହୁଛନ୍ତି. ସେଇପରି କାମ ବ୍ଲକ ର ଭରତବାହାଲ ପଂଚାୟତ ରେ ହୋଇଛି. ହେଲେ ତାହା ସବୁ ନିମ୍ନ ମାନର ହୋଇଥିବାରୁ ଭାଙ୍ଗି ଗଲାଣି. ଗତ ଥର ପଂଚାୟତ ର ମୁଣ୍ଡଲସର ରେ ଭାଙ୍ଗି ଯାଇଥିବା ଖବର ପ୍ରକାଶ କରିଥିଲୁ, ଏ ବିଷୟରେ ପାଟଣାଗଡ ବିଡ଼ିଓ ଙ୍କୁ ପଚାରିବାରୁ ବ୍ଲକ ଜେ ଇ ଦେଖିବାକୁ ଯାଇଥିଲେ ଓ କିଛି ଭାଙ୍ଗିଥିବା ପ୍ରକାଶ କରିଥିଲେ. ଉକ୍ତ କାମର ବିଲ ପୈଠ କଥା ପଚାରିବାରୁ ବ୍ଲକ ରୁ 70%ଅନୁଦାନ ରେ କାମ ହୋଇଛି ଓ ବିଲ କଥା କୁ ସ୍ପଷ୍ଟ କରିନଥିଲେ. ବ୍ଲକ ଜିପିଓ କୁ ପଚାରିବାରୁ ଜିପି ହେଡ଼ ରୁ କୌଣସି ଫାଇଲ ଖୋଲା ହୋଇନାହିଁ ବୋଲି କହିଥିଲେ. ଏଇ କାମ ଉପରେ ବ୍ଲକ ର କୌଣସି କର୍ମଚାରୀ ର କଥାର ତାଳ ମେଳ ରହୁନଥିବା ଜଣାପଡୁଛି. ଏଣୁ ଜିଲ୍ଲାପାଳ ଏଇ କାର୍ଯ୍ୟ ଉପରେ ତଦନ୍ତ କଲେ ଜଣା ପଡିବ. ନ ହେଲେ ଏମିତି ଅନେକ ଯୋଜନା ସରପଞ୍ଚ ମାନଙ୍କ ଅଜାଣତରେ ଆତ୍ମସାତ ହୋଇଯିବ.