ବାଲେଶ୍ବର- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡଗରପଡା ସ୍ଥିତ ବିବେକ ଭାରତୀ ସେବା ଶ୍ରମରେ ପଞ୍ଚଦିନାତ୍ମକ ଯୋଗ ଶିକ୍ଷା ଓ ସଂସ୍କୃତ ସମ୍ଭାଷଣ ଶିବିର ଆଶ୍ରମର ମୁଖ୍ୟ ସ୍ବାମୀ ଗଣେଶାନନ୍ଦ ପୁରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ପ୍ରଚାରକ ଦୁଲାଲ କୁମାର ମିଶ୍ର ପ୍ରଶିକ୍ଷକ ଭାବେ ଯୋଗଦେଇ ସଂସ୍କୃତର ଆବଶ୍ୟକତା ଏବଂ ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଆଶ୍ରମର ଗୁରୁଜୀ ପରମେଶ୍ବର ଅଗସ୍ତି ମଧ୍ୟ ପିଲାମାନଙ୍କ ମଧ୍ୟରେ ଥିବା ସଂସ୍କୃତର ମହନୀୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗୁରୁମା ଜୟନ୍ତୀ ଅଗସ୍ତି ସଂସ୍କୃତର ପରମ୍ପରା, ଗୁରୁଭକ୍ତି ଓ ସାମାଜିକ ଚଳଣିରେ ସଂସ୍କୃତର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଶିବିରରେ ୫୫ ଜଣ ଶିବିରାର୍ଥୀ ଯୋଗଦାନ କରିଥିଲେ । ଆଶ୍ରମର ଗୁରୁଜୀ ଜୟନ୍ତ ମଲ୍ଲିକ, ଗୁରୁମା ଭାଗ୍ଯଶ୍ରୀ ଦଳାଇ, ସଦାନନ୍ଦ ଭାରତ ଶିଅଳ, ଗୁରୁମା ପ୍ରଜ୍ଞାଭାରତୀ ପାକଳ, ସୁଲୋଚନା ସୂତାର, ରଶ୍ମିରେଖା ସେଠୀ, ନରେନ୍ଦ୍ର ବେହେରା, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ଅଜୟ ପ୍ରଧାନଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ପ୍ରକାଶ ଥାଉକି ଗତ ତା ୦୮/୬/୨୨ ରିଖରୁ ଆରମ୍ଭ ହୋଇଥିବା ଶିବିର ତା ୧୨/୬/୨୨ ରିଖରେ ସମାପ୍ତ ହେବ ବୋଲି ଆଶ୍ରମ ମୁଖ୍ୟଙ୍କ ଠାରୁ ସୂଚନା ମିଳିଛି ।