ଆଦର୍ଶ ଗ୍ରାମ ରେ ଆଦର୍ଶ ପଲ୍ଲୀସଭା

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଦେଢ଼ଗାଁ ପଞ୍ଚାୟତର ପୁଡାପାଳି ଗାଁ ମୁଣ୍ଡ ବରଗଛ ମୂଳଠାରେ ଆଜି ଚଳିତ ଆର୍ଥିକ ବର୍ଷ ବ୍ୟୟ ବରାଦ ଅଟକଳ ପାଇଁ ହେବାକୁ ଥିବା କାର୍ଯ୍ୟ ଗୁଡ଼ିକ ପାଇଁ ଆଲୋଚନା ହୋଇଛି । ନୂତନ ଗ୍ରାମ୍ଯ କମିଟି ଗଠନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେରେ ଦେଢ଼ଗାଁ ସରପଞ୍ଚ ଯୋଶୀଏଲ ସେନାପତି ଯୋଗଦେଇ ସଭାପତିତ୍ୱ କରିଥିଲେ । ପ୍ରଶାସକ ଅଧିକାରୀ, ଡବ୍ୟୁଇଓ ଉଛବ ଚରଣ ବେହେରା, ଡିଇଓ, ଲାଲଚନ୍ଦ ସିରଦାର, ପିଇଓ, ସଂକୀର୍ତ୍ତନ ମାଝୀ ଯୋଗଦେଇ

ସରକାରଙ୍କ ଆଦର୍ଶ ଗ୍ରାମ ଘୋଷଣା ନିୟମ ଅନୁଯାୟୀ ହେବାକୁ ଥିବା କାର୍ଯ୍ୟପ୍ରଣାଳୀ ପଠନ କରିଥିଲେ । ପ୍ରଥମରେ ଗାଁର ପାନୀୟ ଜଳ ସମସ୍ୟା, ରାସ୍ତା ଘାଟ ନିର୍ମାଣ, ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ଠାରେ ଶିଶୁ ଉଦ୍ୟାନ, ସ୍କୁଲ ଠାରେ ରୋଷେଇ ଗୃହ ନିର୍ମାଣ, ବସ୍ତି ବାସିନ୍ଦାଙ୍କ ପାଇଁ ଆଲୁଅ ବ୍ୟବସ୍ଥା ଭଳି କାର୍ଯ୍ୟ କରାଯିବାକୁ ସଭାରେ ଆଲୋଚନା କରିଥିଲେ । ତେବେ ଉପସ୍ଥିତ ଗାଁ ବାଲା ସଭାରେ କହିଥିଲେ ଉକ୍ତ ଟଙ୍କା ଖର୍ଚ୍ଚ ବାବଦକୁ ଗ୍ରାମ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କଲେ ଅଧିକରୁ ଅଧିକ ଭଲ କାର୍ଯ୍ୟ ହୋଇ ପାରିବ । ଯଦି ପଞ୍ଚାୟତ ସମିତିକୁ ଆଦର୍ଶ ଗ୍ରାମ ଅର୍ଥ ଯୋଗାଇ ଦେଲେ ଅନ୍ୟ ଅଞ୍ଚଳର ଠିକାଦାର ଆସି କାମ କରିବ । ତାହା ଆମେ କରାଇ ଦେବୁନାହିଁ ବୋଲି ପ୍ରତ୍ୟାଖାନ ଚେତାବନୀ ଦେଇ ସଭାରେ ଯୋଗ ଦେଇଥିବା ଶତାଧିକ ଗ୍ରାମର ଲୋକ କହିଥିଲେ । ଏଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.