ସିନାପାଲି‐ ସିନାପାଲି ଠାରେ ହେବାକୁ ଥିବା ବିରଳ ୨୫୧ କୁଣ୍ତିୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ସୋପାନରେ ବୁଧବାର ଶାନ୍ତିକୁଞ୍ଜ ହରିଦ୍ୱାର ଠାରୁ ପବିତ୍ର ଶକ୍ତିକଳସ ଆସି ପହଞ୍ଚିଛି।ସ୍ଥାନୀୟ କାପସି ଛକ ଠାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶକ୍ତିକଳସକୁ ଦର୍ଶନ କରିବା ସହ ସ୍ବାଗତ କରିଥିଲେl ଏହା ପରେ ଏକ ବିରାଟ ଶୋଭାଯାତ୍ରା ମାଧ୍ଯମରେ ଭଜନ କିର୍ତ୍ତନ ଓ ହୁଳହୁଳି ସହ ସିନାପାଲି ନଗର ପରିକ୍ରମା କରାଯାଇ ଶେଷରେ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ଶକ୍ତିକଳସ ସ୍ଥାପିତ କରାଯାଇଛି l ଶୋଭାଯାତ୍ରା ସମୟରେ ସହରର ସ୍ଥାନେ ସ୍ଥାନେ ଶକ୍ତିକଳସକୁ ବନ୍ଦାପନା କରାଯାଇଥିଲା l ସୂଚନାଯୋଗ୍ଯ ଯେ,ମହାଯଜ୍ଞ ନିମନ୍ତେ ଶକ୍ତିକଳସ ଆଣିବାକୁ ଗତ ୩୧ ତାରିଖରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ତତ୍ୱବଧାନରେ ଦୁଇଶହ ଜଣିଆ ଏକ ଶ୍ରଦ୍ଧାଳୁ ଦଳ ଶାନ୍ତିକୁଞ୍ଜ ହରିଦ୍ୱାର ଯାଇଥିଲେ l ଏହି ଦଳରେ ଗାୟତ୍ରୀ ପରିବାରର ସଦସ୍ଯଙ୍କ ସହ ଅଂଚଳର ଅନେକ ବୁଦ୍ଧିଜୀବୀ ସାମିଲ ଥିଲେ l ଏହି ଦଳ ତପୋଭୂମୀ ମଥୁରା,ବୃନ୍ଦାବନ,ଆଁବଳଖେଡ଼ା ଆଦି ପବିତ୍ର ସ୍ଥଳ ଯାଇ ସେଠାକାର ନିତ୍ଯଯଜ୍ଞ,ଅଗଣ୍ତ ଦୀପ ଦର୍ଶନ, ତର୍ପଣ,ପିଣ୍ତଦାନ,ସଜଳ ଶ୍ରଦ୍ଧା,ପ୍ରଖର ଯଜ୍ଞରେ ଜପ ଧ୍ଯାନ, ଗଙ୍ଗାସ୍ନାନ ଆଦି ପବିତ୍ର ରୀତିନୀତି ପରେ ଶ୍ରଦ୍ଧେୟ ଶୈଳବାଳା ପାଣ୍ତ୍ଯାଜୀଙ୍କ କରକମଳରୁ ଶକ୍ତିକଳସ ଗ୍ରହଣ କରିଥିଲେ l ଏଥିସହ ଦେବସଂସ୍କୃତି ବିଶ୍ୱବିଦ୍ଯାଳୟର ଉପକୂଳାଧିପତି ଚିନ୍ମୟ ପାଣ୍ତ୍ଯାଜୀଙ୍କ ଠାରୁ ଯଜ୍ଞ ନିମନ୍ତେ ମାର୍ଗବର୍ଶନ ଲାଭ କରିଥିଲେ l ଶକ୍ତିକଳସକୁ ରାସ୍ତାରେ ଅନେକ ସ୍ଥାନରେ ସ୍ୱାଗତ କରାଯାଇଥିବା ବେଳେ କଣ୍ଟାବାଞ୍ଜି ଓ ଖଡ଼ିଆଳ ଠାରେ ସେଠାକାର ଶ୍ରଦ୍ଧାଳୁଙ୍କ ମାଧ୍ଯମରେ ନଗର ପରିକ୍ରମା କରାଯାଇ ଭବ୍ଯ ସମ୍ୱର୍ଦ୍ଧନା ଦିଆଯାଇଥିଲା l ଗତକାଲି ଶକ୍ତିକଳସ ସିନାପାଲି ପହଞ୍ଚି ପରେ ଆସନ୍ତା ଜାନୁୟାରୀରେ ହେବାକୁ ଥିବା ଏହି ମହାଯଜ୍ଞ ନିମନ୍ତେ ଅଂଚଳରେ ବେଶ୍ ଉତ୍ସାହ ପରିଲିକ୍ଷିତ ହୋଇଛି l