ଭାଙ୍ଗିଲେ ୫-ଟି ବିଦ୍ୟାଳୟ ପ୍ରାଚୀର ଥାନାରେ ମାମଲା ରୁଜୁ

ଅସ୍ତରଙ୍ଗ –  ରାଜ୍ୟରେ ଶିକ୍ଷା ଭିତ୍ତି ଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଦୁଇଟି ପର୍ଯ୍ୟାୟରେ ଅସ୍ତରଙ୍ଗ ବ୍ଲକରେ ବିଭିନ୍ନ ବିଦ୍ୟାଳୟକୁ ୫ ଟି ଅଧୀନରେ ସାମିଲ କରି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ଚାଲିଛି।ପ୍ରତ୍ୟେକ ବିଦ୍ୟାଳୟ ଗୁଡିକୁ ୪୫ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି।ଅସ୍ତରଙ୍ଗ ବ୍ଲକରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଚାଲିଛି।ନଈଗୁଆଁ ବିନାୟକ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆକ୍ରୋଶ ମୂଳକ ଭାବେ କିଛି ଅସାମାଜିକ ବ୍ୟକ୍ତି ପ୍ରାୟୋଜିତ ଭାବେ ନିର୍ମାଣ ପ୍ରାଚୀରକୁ ବିଳମ୍ବିତ ରାତିରେ ଭାଙ୍ଗିବା ସହିତ କାନ୍ଥ ଓ ବାରଣ୍ଡାରେ ଲାଗିଥିବା ଟାଇଲିକୁ ଭାଙ୍ଗି ଦେଉଥିବା ଜଣାପଡିଛି।ଏହି ସମ୍ବେଦନଶୀଳ ଘଟଣା ବ୍ଲକ ପ୍ରଶାସନର ନଜରକୁ ଆସିବା ପରେ ଘଟଣାର ଅନୁ ଧ୍ୟାନ କରାଯାଇ ଥିଲା।ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କୁ ଅବଗତ କରାଇବା ପରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ୪ ଜଣଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।ପୋଲିସ ପକ୍ଷରୁ ତଦନ୍ତ କରାଯାଇ କେଶ ନଂ୧୧୬/୨୦୨୨ରେ ପ୍ରତାପ ଖୁଣ୍ଟିଆ, ଶ୍ରୀଧର ବିଶ୍ଵାଳ, ଦେବୀ ପ୍ରସାଦ ମୁଦୁଲି,ରତି ରଞ୍ଜନ ବିଶ୍ଵାଳ,ଓ ମଞ୍ଜୁ ଲତା ଖୁଣ୍ଟିଆ ଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।ସ୍ଥାନୀୟ ପ୍ରଶାସନ ଓ କ୍ରୀଡା ଗୃହ ମନ୍ତ୍ରୀଙ୍କୁ ବଡନାମ କରିବା ପାଇଁ ଏହି ପ୍ରାୟୋଜିତ କାର୍ଯ୍ୟ କରାଯାଇଥିବା ସ୍ଥାନୀୟ ବିଜେଡି ନେତା କହିଛନ୍ତି।ଏହି ମିଥ୍ୟା ଘଟଣାକୁ କିଛି ଗଣମାଧ୍ୟମରେ ପ୍ରସାର ମଧ୍ଯ କରାଯାଇଛି।ଏହି ପରି ଆଉ ଏକ ଘଟଣା କଣ୍ଟା ପଡା ବିଦ୍ୟାଳୟରେ ମଧ୍ୟ କରାଯାଇଥିଲା।ଏହି ପ୍ରାୟୋଜିତ କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ନିନ୍ଦା କରିବା ସହିତ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।ଏହି ଘଟଣାକୁ ପୋଲିସଗୁରୁତ୍ୱର ସହ ନେବା ସହିତ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.