କଣ୍ଟାବାଞ୍ଜି – ଆଜି ସକାଳ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଠାରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପାଇବା ପରେ ପ୍ରଥମ ଥର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମାଟିର ଆଗମନରେ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଫିରୋଜ ଖାଁ ସହିତ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବରିଷ୍ଠ ବିଜେଡି ନେତା ବିଜୟ ବଂଶଲ, ବଙ୍ଗୋମୁଣ୍ଡା ବିଜେଡି ସଭାପତି ରାଧେଶ୍ୟାମ କେତକୀ ସହିତ ବହୁ ବିଜେଡି ନେତୃତ୍ବ ବୃନ୍ଦ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଜୟ ବିଜେଡି ଜୟ ନବୀନ ଜୟ ରାଜୁ ଭାଇ ଜୟ କଣ୍ଟାବାଞ୍ଜି ବିଜେଡି ସ୍ଲୋଗାନ ଦେଇଥିଲେ, ମନ୍ତ୍ରୀ ଶ୍ରୀ ଢୋଲକିଆ ପ୍ରଥମେ ତାଙ୍କ ବନ୍ଧୁ ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ଘରକୁ ଯାଇ ଫ୍ରେସ ହୋଇଥିଲେ ତାପରେ ହରିଭବନକୁ ଯାଇଥିଲେ, ଓ ତେରାପନ୍ତ ସମାଜ, ମାରୱାଡି ୟୁବା ମଞ୍ଚ, ଜୈନ ସମାଜ, ଲାଇନ୍ସ କ୍ଲବ ଅଗ୍ରୱାଲ ସଭାକୁ ଧନ୍ୟବାଦ ଅର୍ପଣ କରିଥିଲେ, ତଥା କଣ୍ଟାବାଞ୍ଜି ପ୍ରତି ତାଙ୍କର ଆନ୍ତରିକତା ଆଗଧାଡ଼ିରେ ରହିଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି, କଣ୍ଟାବାଞ୍ଜି ଅଞ୍ଚଳରେ ଯାହା ବି ସମସ୍ୟା ରହିଛି ତା ଉପରେ କାର୍ଯ୍ୟ କରିବେ ବୋଲି କହିଥିଲେ, ତେବେ କଣ୍ଟାବାଞ୍ଜି ଅଞ୍ଚଳରେ ସବୁଠାରୁ ବଡ଼ ସମସ୍ୟା ହେଉଛି ପମ୍ପୁ ତଲାବ ଖରା ଦିନେ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବର୍ତ୍ତମାନ ଅଳିଆ ଆବର୍ଜନା ହୋଇ ପଡ଼ି ରହୁଛି ପାଣି ଦୂଷିତ ହୋଇ ରହିଛି କିଏ ଗାଧୋଇଲେ ଖସୁ ଖୁଜୁରି ହେବାର ସମ୍ଭାବନା ରହିଛି, ଖରା ଦିନେ ୱାଟର ଲେବଲ ତଳକୁ ଖସି ଯାଉଛି ବୋର ମାନଙ୍କରେ ମଧ୍ଯ ପାଣି ବାହାର ହେବାକୁ ମୁସ୍କିଲ ଲାଗେ, ତେଣୁକରି ଯୋଜନା ମନ୍ତ୍ରୀ ଶ୍ରୀ ଢୋଲକିଆ ପମ୍ପୁ ତଲାବ ନିମନ୍ତେ କି ପ୍ରକାର ଯୋଜନା କରୁଛନ୍ତି ତା ଉପରେ କଣ୍ଟାବାଞ୍ଜିର ନିଜର ରହିଛି