ଖପ୍ରାଖୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ କାଳବୈଶାଖୀ ର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବହିବା ସହିତ ବର୍ଷା ହେବା ଯୋଗୁଁ ଅଞ୍ଚଳରେ ବହୁ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି। ବିଭିନ୍ନ ଜାଗାରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ ତାର ସବୁ ଛିଣ୍ଡି ଏଣେ ତେଣେ ପଡି ରହିଛି। ଅଞ୍ଚଳରେ ଦିନ ୧୦ ଟା ପର୍ଯ୍ୟନ୍ତ ଝିପିଝିପି ବର୍ଷା ଲାଗି ରହିଥିଲା। ବିଦ୍ୟୁତ ତାର ଓ ଖୁଣ୍ଟ ସବୁ ଭାଙ୍ଗି ଓ ଛିଣ୍ଡି ଯିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ଠିକ୍ କରିବା ରେ ଲାଗିଛନ୍ତି। ଅଞ୍ଚଳର ଲାଠୋର ପଞ୍ଚାୟତ,କରୁଁଆଝର ପଞ୍ଚାୟତ,ଟଙ୍କାପାଣି ଓ ରେଙ୍ଗାଲି ପଞ୍ଚାୟତ ରେ ବେଶି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ସେହିପରି କରୁଁଆଝର ଗ୍ରାମ ର ଗୋଟିଏ ପରିବାର ର ଘର ଉପରେ ଗଛ ଭାଙ୍ଗି ପଡିଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।