ପାଟଣାଗଡ :(ଆଲୋକ ପାଣିଗ୍ରାହୀ ଙ୍କ ରିପୋର୍ଟ ) : ସରକାର 500 କୋଟି ଟଙ୍କା ର ପ୍ୟାକେଜ ମଞ୍ଜୁର କରିଛନ୍ତି ମନରେଗା ଅନ୍ତର୍ଗତ ଶ୍ରମିକ ପାଇଁ ଓ ଦାଦନ ଶ୍ରମିକ କୁ ରୋକ ଲଗେଇବା ପାଇଁ । ଓଡିଶା ର 4 ଟି ଜିଲ୍ଲା ର 20 ଟି ସମାଲୋଚ୍ୟ ବ୍ଲକ୍ ର ଶ୍ରମିକ କୁ 200 ଦିନ ମନରେଗା ରେ କାମ ପାଇବା ମଧ୍ଯ ସେ 500 କୋଟି ର ଅନ୍ତର୍ଗତ ଅଟେ , ଯାହାକି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
ବଲାଙ୍ଗୀର ଗ୍ରମଦ୍ୟୋଗ ସମିତି (ଏନ ପି ଓ ) ଅନୁଯାଇ ଗ୍ରାମାଞ୍ଚଲର ଅନେକ ସଂଖ୍ୟକ ଲୋକ ମୁମ୍ବାଇ, ସୁରଟ , ରଜକୋଟ, ଦେହେରାଦୁନ, ମସୂରୀ , ବନାରସ , ନାଗପୁର, ରାୟପୁର ଯାଉଛନ୍ତି ଓ ସେଠି ନିର୍ମାଣ ସମ୍ବନ୍ଧୀୟ କାର୍ଯ ରେ ଦିନ ମଜୁରୀ କରୁଛନ୍ତି, ରିକ୍ସା ଟାଣୁଛନ୍ତି ବା ହୋଟେଲ ରେ କାମ କରୁଛନ୍ତି। ତା ମଧ୍ଯ ରୁ କିଛି ଲୋକ ଉତ୍ତର ପ୍ରଦେଶ ର ବାରାଣସୀ ଓ ଭାଦୋଇ ମଧ୍ଯ ଯାଉଛନ୍ତି ଗାଲିଚା କାରଖାନା ରେ କାମ କରିବା ପାଇଁ।
ଏ ସମିତି ର ସମ୍ପାଦକ ଶଶି ଭୂଷଣ ପୁରୋହିତଙ୍କ ଅନୁଯାୟୀ ଗୋଟିଏ ସର୍ଭେ କରାଯାଇ ଥିଲା 10 ଟି ବ୍ଲକ୍ ରେ , ସେ ମଧ୍ୟରୁ ବେଲପଡ଼ା ବ୍ଲକ ଅନ୍ୟତମ । ତାଙ୍କ ଅନୁଯାୟୀ ମନରେଗା ରେ ଯଥେଷ୍ଟ କାମ ନ ମିଳିବା , ଠିକ୍ ଭବେ ବର୍ଷା ନ ହେବା ଓ ଅଧିକ କର୍ମ ନିଯୁକ୍ତି ର ସୁଯୋଗ ନ ଥିବାରୁ ଏଠିକାର ଲୋକେ ବାହାରକୁ ଯାଉଛନ୍ତି କାମ ଖୋଜିବା ପାଇଁ ।
ଯଦିଓ ମନରେଗା କୁ ବାହାରକୁ ଯାଉଥିବା ଶ୍ରମିକ କୁ ରୋକିବା ଓ ନିଜ ଭିଟାମାଟି ରେ କାମ କରିବା ପାଈଁ ଏକ ଅସ୍ତ୍ର ରୂପେ ଦେଖାଗଲା କିନ୍ତୁ ଏକ ଦଶନ୍ଧି ସତ୍ତ୍ବେ ମଧ୍ଯ ଏହାକୁ ବେଲପଡ଼ା ବ୍ଲକରେ ବିଶେଷ ସୁଫଳ ମିଳିଲା ନାହିଁ । ଏହି ବି ହଜାର ହଜାର ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି।
ଦେଶାନ୍ତରଣ ଓ ଦାରିଦ୍ର୍ୟ ର ଏକ ବିଶେଷ ଗବେଷକ ଉମୀ ଦାନିଏଲଙ୍କ ଅନୁଯାୟୀ ମନରେଗା ବହୁତ୍ କମ ଦିନରେ ବହୁତ ସଫଳତା ଲାଭ କଲା କାରଣ , ୟେ ଯୋଜନା ରେ ସ୍ଥାନୀୟ ଲୋକଙ୍କୁ କର୍ମ ନିଯୁକ୍ତି ର ସୁଯୋଗ ମିଳିଲା , ପ୍ରାକୃତିକ ସମ୍ପଦ ଯେମିତି ଆଉ ଥରେ ନବଯୌବନ ପ୍ରାପ୍ତ କଲେ । କିନ୍ତୁ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ରେ ଏହାକୁ ଆଶାନୁରୂପକ ସଫଳତା ମିଳିପାରି ନାହିଁ ।
ବେଲପଡ଼ା ବ୍ଲକ ଅନ୍ତର୍ଗତ ବୁଦାମୁଣ୍ଡା ଗ୍ରାମ ରେ ପ୍ରାୟ 135 ଟି ପରିବାର ବାସ କରନ୍ତି କିନ୍ତୁ ତା ମଧ୍ଯରୁ ପ୍ରାୟ 100 ଟି ପରିବାର ଦାଦନ ଖଟିବା ପାଇଁ ବାହାର କୁ ଯାଆନ୍ତି କିଛି କାମ ନ ପାଇ। ଯଦି ମନରେଗା ଯୋଜନା ରେ ସରକାର୍ କର୍ମନିଯୁକ୍ତି ସୁଯୋଗ ଦେଉଛନ୍ତି ତ ଲୋକେ ବାହାରକୁ କଣ ପାଇଁ ଯାଉଛନ୍ତି ? ଏକ ତଥ୍ୟ ଅନୁଯାୟୀ 9 ପ୍ରତିଶତ ଲୋକେ ଗତ ବର୍ଷ 40 ରୁ 50 ଦିନ ର କାମ ପାଉଛନ୍ତି , ତା ମଧ୍ଯ ରୁ 62 ପ୍ରତିଶତ ଯବ କାଡ ହୋଲ୍ଡର ର ବ୍ୟାଙ୍କ ରେ ଖାତା ଅଛି , 24 ପ୍ରତିଶତ ଲୋକଙ୍କ ର ପୋଷ୍ଟ ଅଫିସ ରେ ଖାତା ଥିବା ସମୟ ରେ ବାକି 14 ପ୍ରତିଶତ ଲୋକଙ୍କ କୋନଶି ଜଗା ରେ ପଇସା ଜମା ହେବା ପାଇଁ ଖାତା ହିଁ ନାହିଁ ।
ବେଲପଡ଼ା ବ୍ଲକ ରେ ସର୍ବମୋଟ 74717 ଟି ଯବ କାଡ ଧାରି ବ୍ୟକ୍ତି ଥିବା ସାମୟ ରେ ତା ମଧ୍ଯ ରୁ 46282 ଜଣ ବ୍ୟକ୍ତିଙ୍କ ଆଧାର ନମ୍ବର ସହିତ ବ୍ୟାଙ୍କ ରେ ଖାତା ଅଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ତଥ୍ୟ ଅନୁଯାୟୀ ବେଲପଡ଼ା ବ୍ଲକ୍ ର ଅଧିକାଂଶ ଗରୀବ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଏଠି ସାଧାରଣ ପ୍ରଶ୍ନ ଉଠୁଛି ଯେ ଏତେ ପଇସା ଆସିଲା ପରେ ବି ଲୋକେ ଦାଦନ ଖଟିବାକୁ ବାହାରକୁ କାହିଁକି ଯାଉଛନ୍ତି , କାମ କରିବା ପାଇଁ , ଯେତେବେଳେ ସରକାର 200 ଦିନ ର କାମ ଯୋଗେଇ ଦେବା ପାଇଁ କହୁଛନ୍ତି। ଏଠି ଲୋକଙ୍କ ବଦଳ ରେ ମେସିନ ରେ କାମ ହେଉ ନାହିଁ ତ ବୋଲି ସାଧାରଣ ପ୍ରଶ୍ନ ଉଠୁଚି।
ମନରେଗା କାମ ର ଦୁର୍ନୀତି ଯୋଗୁ ଲୋକେ କେବଳ ଦାଦନ ଯାଇଛନ୍ତି ସତ , କିନ୍ତୁ ଫେରିବେ ବା ନ ଫେରିବେ ତାହା ସେମନେ ବି ଜାଣି ନାହାନ୍ତି । ଗତ ଗୋଟେ ମାସ ମଧ୍ଯ ରେ ବେଲପଡ଼ା ବ୍ଲକ୍ ରେ ତିନୋଟି ମୃତ ଦେହ ପହଞ୍ଚିଛି । ସେମାନେ ହେଲେ ବେଲପଡ଼ା ବ୍ଲକ୍ ର ଯୁବା ଗାଁ ର ନକୁଳ ଧାରୁଆ, ସୁଳେକେଲା ଗାଁ ର ସ୍ନେହସିଲା ଦଳେଇ ଓ ଖଲଖଲି ଗାଁ ର ଜଗଦୀଶ ମାଝୀ । ସମସ୍ତଙ୍କ ଗୋଟିଏ କଥା କି ସେମାନଙ୍କୁ ସେଠୀ ହାଡଖଟା ଖଟଣି । ଦେହ ଖରାପ ହେଲେ ମଧ୍ଯ ସେଠୀ ଶୁଣିବାକୁ କେହି ନାହାନ୍ତି । ଏ ସବୁ ଘଟଣା ଦେଖି ଅଞ୍ଚଳବାସି ମଧ୍ଯ ରେ ତୀବ୍ର ଅସନ୍ତୋଷ ଦେଖା ଯାଉଛି , ଓ ପ୍ରଶାସନ ଏ ପ୍ରତି ଦୃଷ୍ଟି ଦେବାକୁ ଦାବୀ କରୁଛନ୍ତି ।