ଧାମନଗର : ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଭଦ୍ରକ ବାସଭବନରେ ପହଞ୍ଚି ଖାନକା ଉର୍ସ କମିଟିର କର୍ମକର୍ତ୍ତା ମାନେ ସାକ୍ଷାତ କରି ଖାନକା ସରିଫ ପରିସରରେ ବିଭିନ୍ନ ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଉର୍ସ ସମୟରେ ପୀରବାବାଙ୍କ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାଣି ସମସ୍ୟା ଦୂର କରିବା ନିମନ୍ତେ ପରିସର ଭିତରେ ଉଚ୍ଚ କ୍ଷେମତା ପାଣିଟାଙ୍କି ନିର୍ମାଣ କରିବା ପାଇଁ ସାଂସଦ ଓ ପୂର୍ବତନ ବିଧାୟକଙ୍କୁ କମିଟି ପକ୍ଷରୁ ଅନୁରୋଧ କରିଛନ୍ତି। ବିଭାଗୀୟ ମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ଯଥା ଶୀଘ୍ର ପାଣି ଟାଙ୍କି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ମଣ୍ଡଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନା ରେ ଉର୍ସ କମିଟି ଉପସଭାପତି ସୟଦ ମୁସ୍ତାଫା ରଜା,ସୟଦ ହାସନେନ ରଜା, ସମ୍ପାଦକ ଏମଡି ଇସ୍ରାଇଲ ହବିବି,ସହ ସମ୍ପାଦନ ସେକ ଆବଦୁର ରହେମାନ, ସେକ ମୋହିଉଦନ, ସେକ ଗୋଲାମ ଅଲ୍ଲୀ, ସେକ ଗୋଲାମ ହୋସେନ, ସେକ ମୋହିଉଦନ,ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି,ବିଜେଡି ବରିଷ୍ଠ ନେତା ହରେକୃଷ୍ଣ ପାଢୀ,ସେକ ଜାଫର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।