ମୋଦି ସରକାରଙ୍କ ତାନାସାହି ଶାସନ ବିରୋଧରେ ନବରଙ୍ଗପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ନବରଙ୍ଗପୁର – ମୋଦି ସରକାରଙ୍କ ତାନାସାହି ଶାସନ ବିରୋଧରେ ବିଭିନ୍ନ ନାରା ଦେଇ ଶୁକ୍ରବାର ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଷ୍ଟ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।ଦୀର୍ଘ ଚାରି ଦିନ ଧରି ମାନ୍ୟବର ସାଂସଦ ଭାରତ ବର୍ଷର ଯୁବ ମାନସର ପ୍ରତୀକ ରାହୁଲ ଗାନ୍ଧୀ ଙ୍କୁ ଯେଉଁଭଳି ଭାବରେ ମୋଦି ସରକାର ଇଡି ଜେରା କରି ବାରମ୍ବାର ହଇରାଣ କରୁଛି।ଏହା କୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରିବା ବେଳେ ( ଏ ଆଇ ସି ସି ) କାର୍ଯ୍ୟାଳୟ ଆକବର ରୋଡ଼ ଭିତରେ ପଶି ପୁଲିସ ଗୁଣ୍ଡରାଜ କରି ସାଂସଦ ମାନଙ୍କୁ ଗିରଫ କରିବା ସହ ମହିଳା ସାଂସଦ ମାନଙ୍କୁ ହାତ ଧରି ଟାଣି ନେଉଥିବା ଦେଖିବାକୁ ମିଳିଥିଲା।ମୋଦି ସରକାର କଂଗ୍ରେସ ଦଳ ନେତା ମାନଙ୍କ ପ୍ରତି ଏଭଳି ଅନ୍ୟାୟ ଅତ୍ୟାଚାର କରି ତାନାସାହି ଶାସନ କରି ଭାରତ ବର୍ଷର କଳା ଇତିହାସ ରଚିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ।ଏନେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ  ଏକ ବିରାଟ ପଟୁଆର ବାହାରି କେନ୍ଦ୍ର ସରକାରଙ୍କ ବିରୋଧ ରେ ବିଭିନ୍ନ ନାରା ଦେଇ ତ୍ରିବେଣୀ ଛକ ପୋଷ୍ଟ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ମୋଦି ସରକାର ଙ୍କ ତାନାସାହି ଶାସନ,ରାହୁଲ ଗାନ୍ଧୀ ଙ୍କୁ ଅନ୍ୟାୟ ଇଡି ଜେରା,ଏ ଆଇ ସି ସି କାର୍ଯ୍ୟାଳୟ ରେ ପଶି ପୁଲିସ ର ଗୁଣ୍ଡାରାଜ,ସାଂସଦ ମାନଙ୍କୁ ଗିରଫଦାରୀ ଅଭିଯୋଗ ରେ ମୋଦି ସରକାରଙ୍କ ବିରୋଧ ରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.