ହାଣି ଦେଲେ ପଡୋଶୀ, ଲାଗିଲାନି ଦଫା 307

କେନ୍ଦ୍ରାପଡ଼ା (ନି. ପ୍ର )ଡେରାବିଶ ବ୍ଲକ ସଦର ଥାନା ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ବାଲିସାହି ନାନକାର ଗ୍ରାମ ରେ ଜମି ଜମା ବିବାଦ କୁ ନେଇ ମାଟି ଉଠେଇବା କୁ କେନ୍ଦ୍ର କରି ଗତ ଛ ତାରିଖ ଦିନ ରମେଶ ରାଉତ ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ରାଉତ ଓ ପୁଅ କମଳ କିଶୋର ରାଉତ ଙ୍କୁ ପଡୋଶୀ ଅତର୍କିତ ଆକ୍ରମଣ କରିଥିଲେ. କମଳ କିଶୋର ରାଉତ ଓ ସଂଯୁକ୍ତା ରାଉତ ଙ୍କ ମୁଣ୍ଡକୁ ଭୁଜାଲି ଓ ଶାବଳ ଯୋଗେ ହାଣି ପକାଇ ଥିଲେ ପଡୋଶୀ ଦୁର୍ଯ୍ୟୋଧନ ରାଉତ ଓ ତା ସମ୍ପର୍କୀୟ ମାନେ.

ଏହି ଘଟଣା ରେ ଦୁହିଁ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ରୁ ମା ଓ ପୁଅ ଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇ ଥିଲା..ତେବେ ଦୁହିଁ ଙ୍କ ଅବସ୍ଥା ଅଧିକ ସଂକଟାପର୍ଣ୍ଣ ହେବାରୁ କଟକ scb ମେଡିକାଲ ସ୍ଥାନାନ୍ତର କରାଯାଇଥିଲା. ଏନେଇ ରମେଶ ରାଉତ ଗତ 7.6.22 ତାରିଖ ରେ ଚାନ୍ଦୋଳ ଫାଣ୍ଡି ଓ କେନ୍ଦ୍ରାପଡ଼ା ସଦର ଥାନା ରେ ଅଭିଯୋଗ କରିଥିଲେ. ତେବେ ତଦନ୍ତ ଦାଇତ୍ୱ ରେ ଥିବା ଅଧିକାରୀ ସୋମ୍ୟ ରଞ୍ଜନ ପାଣିଗ୍ରାହୀ ଏପର୍ଯ୍ୟନ୍ତ ଏହି ଘଟଣା କୁ ତଦନ୍ତ କରିନଥିବା ଅଭିଯୋଗ କରିସନ୍ତି ରମେଶ ତାଙ୍କ ପରିବାର.

ସଦର ଥାନା ରେ ଅଭିଯୋଗ ପରେ ମେଡିକାଲ ରିପୋର୍ଟ କୁ ପାଥେୟ କରି ଦଫା ଲଗାଇବା ପରିବର୍ତ୍ତେ ମନ ଇଚ୍ଛା ଅତି ସାଧାରଣ ଦଫା ଲଗା ଯାଇଥିବା ଦେଖିବାକୁ ମିଳିଛି.ବିଶେଷ ଭାବେ ପଡୋଶୀ ଅଭିଯୁକ୍ତ ମାନେ ମରଣାନ୍ତକ ଆକ୍ରମଣ କରି  ରମେଶ ରାଉତ ଙ୍କ ପୁଅ ଓ ସ୍ତ୍ରୀ ଙ୍କୁ ଲହୁ ଲୁହାଣ କରି ଥିଲେ ବି ହତ୍ୟା ଉଦ୍ୟମ ର ଦଫା 307 ଲଗା ଯାଇ ନାହିଁ. ଯାହାକି ତଦନ୍ତ ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ଓ ତଦନ୍ତ ଉପରେ ପ୍ରଶ୍ନ ଚୀହ୍ନ ଉଠାଇଛି.

ପୁଣି ଘଟଣା କୁ ଦଶ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆକ୍ରମଣ କାରି ଙ୍କୁ ଗିରଫ କରାଯାଇନାହିଁ.

ଏସବୁ ଘଟଣା ପରେ ରମେଶ ଓ ତାଙ୍କ ପାରିବର ଲୋକ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ସଂନ୍ଦେହେ ପ୍ରକଟ କରିଛନ୍ତି.

Leave A Reply

Your email address will not be published.