ବାଲିଆପାଳ- ବାଲିଆପାଳ ଅଞ୍ଚଳରେ ରବିବାର ଅପରାହ୍ନ ପ୍ରବଳ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା। ଯାହାଫଳରେ ବାଲିଆପାଳ ବ୍ଲକ ସାଉଡି ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ବିଜନ ନାୟକଙ୍କ ପୁତ୍ର ରବିନ୍ଦ୍ର ନାୟକ (୩୫) ବଜ୍ରାଘାତ ରେ ଗୁରୁତର ଭାବେ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି।
ରବିନ୍ଦ୍ର ରବିବାର ଗୋବିନ୍ଦପୁର ଛକରୁ ନିଜ ଘରକୁ ଫେରୁଥିବା ସମୟରେ ହଠାତ ବଜ୍ରଘାତ ହୋଇଥିଲା।ସେଥିରେ ରବିନ୍ଦ୍ର ଘଟଣା ସ୍ଥଳରେ ଟଳିପଡ଼ିଥିଲା।ପରିବାର ଲୋକ ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଅଚେତ ଅବସ୍ଥାରେ ରବିନ୍ଦ୍ରକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଯୋଗେ ବସ୍ତା ଡାକ୍ତର ଖାନାକୁ ନିଆଯାଇ ଚିକିତ୍ସିତକରାଯାଇ ଥିଲା ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସାନନ୍ତରିତ କରାଯିବାର ବ ସୂଚନା ମିଳୁଛି। ରବିନ୍ଦ୍ର ପରିବାର ଅତ୍ୟନ୍ତ ଗରିବ।ତାଙ୍କୁ ଉନ୍ନତ ମାନର ସରକାରୀ ଚିକିତ୍ସା ସେବା ଯୋଗାଇ ଦେବାକୁ ସରପଞ୍ଚ ଧରଣୀଧର ମଲ୍ଲିକ ଦାବୀ କରିଛନ୍ତି।