ବ୍ରହ୍ମପୁର: ସ୍ଥାନୀୟ ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ଠାରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଦେଶ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ, କେନ୍ଦ୍ର ସରକାର ପ୍ରତିରକ୍ଷା ବିଭାଗରେ ଅଗ୍ନିପଥ ଯୋଜନା ତରବରିଆ ଭାବେ ଲାଗୁକରି, ସରକାରଙ୍କ ବିଫଳତାକୁ ଜନମାନସରୁ ହଟାଇବା ପାଇଁ ଯୋଜନାବଦ୍ଧ ଚକ୍ରାନ୍ତ କରୁଛନ୍ତି l ତାହାର ଫଳ ସ୍ୱରୂପ ସାରା ଦେଶରେ ସେନାବାହିନୀରେ ଯୋଗଦେବାକୁ ଆଶାୟୀ ଥିବା ଯୁବକ ମାନେ ଧୌର୍ଯ୍ୟହରାଇ ହିଂସାତ୍ମକ ଆନ୍ଦୋଳନ କରୁଛନ୍ତି l
ସରକାର ପ୍ରତିରକ୍ଷା ବିଭାଗରେ ଚାରି ବର୍ଷୀୟା ଠିକା ସୈନିକ ନିଯୁକ୍ତି ଦେଇ ଛଅ ମାସ ତାଲିମ ପରେ କଠିନ ପରିସ୍ଥିତିରେ ସେମାନଙ୍କୁ ନିୟୋଜିତ କରି ଦେଶର ସୁରକ୍ଷା ଓ ସୈନିକଙ୍କ ଜୀବନ ସହ ଖେଳ ଖେଳିବାକୁ ପ୍ରୟାସ କରୁଛନ୍ତି l ଆନ୍ଦୋଳନ ତୀବ୍ର ହେଲାପରେ ସରକାର ଅଗ୍ନିବୀରଙ୍କ ସପକ୍ଷରେ ଯେଉଁ ସଫାଈ ଦେଉଛନ୍ତି, ତାହା ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ବିଦେଶରୁ କଳାଧନ ଆଣିବା, ପନ୍ଦର ଲକ୍ଷ ଟଙ୍କା ପ୍ରତେକଙ୍କ ବ୍ୟାଙ୍କ ଖାତାକୁ ଯିବା, ଦୁଇ କୋଟି ଲୋକଙ୍କୁ ଚାକିରୀ,ଆତଙ୍କବାଦର ସମାପ୍ତି ଭଳି ଯୁମୁଲା ଛଡା ଅନ୍ୟ କିଛି ନୁହେଁ l
ସରକାର ନିଜେ ପୁଞ୍ଜିପତିଙ୍କୁ ବିକ୍ରି କରିଥବା ଜାତୀୟ ସମ୍ପତିର ସୁରକ୍ଷା ପାଇଁ,ସମାରିକ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ଯୋଗାଇ ଦେବାକୁ ଏହା ଅଭିନଵ ପ୍ରୟାସ ବୋଲି ଅଭିହିତ କରିବା ସହ, ସରକାର ତୁରନ୍ତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରନ୍ତୁ ଏବଂ ଆନ୍ଦୋଳନକାରୀ ହିଂସାରୁ ନିବୃତ ରହିବାକୁ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ ଏବଂ ଆବାହକ ସୁବାଷ ରାଉତ ଏକ ମିଳିତ ବିବୃତିରେ ମତ ପ୍ରକାଶ କରିଥିଲେ l