ପାଟଣାଗଡ :ରାଜ୍ୟରେ କ୍ଷିପ୍ର ଗତିରେ ଚାଲିଛି 5ଟି ଅଧୀନରେ ସ୍କୁଲ ରୂପାନ୍ତରିତ କାମ. କିନ୍ତୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବହୁତ ଗୁଡିଏ ସ୍କୁଲ ପାଟଣାଗଡ ବାଳିକା ହାଇସ୍କୁଲ ସହ ସୁନାମୁଦୀ, ଯୁଗୀମୁଣ୍ଡା ଆଦି ଅନେକ ସ୍କୁଲ ରେ କାର୍ଯ୍ୟ କରିବା ଆଗରୁଥିବା ମୂଲ୍ୟବାନ ଗଛ କୁ କାଟିଦିଆଯାଇଛି. ସ୍କୁଲ ଭିତରେ ମୂଲ୍ୟବାନ ଗଛ ଯଥା ଶାଗୁଆନ ଆଦି ଗଛ ର ଗଣ୍ଡିନାହିଁ କିନ୍ତୁ ତାର ତଳ ଅଂଶ ଅଛି. କାହା ନିର୍ଦେଶ ବଳରେ ଏତେ ମୂଲ୍ୟବାନ ଗଛ କଟା ହେଲା ସେବାବଦରେ ବ୍ଲକ ବିଡ଼ିଓ ନୀଳମାଧଵ ସୁନା କୁ ପଚାରିବାରୁ ଆମେ ଜାଣି ନଥିବା କହିଛନ୍ତି. ସ୍କୁଲ ପ୍ରଧାନଶିକ୍ଷକ ଙ୍କୁ ଯୋଗାଯୋଗ କରିବାରୁ ସେ ସ୍କୁଲ ରେ ନଥିଲେ କିନ୍ତୁ କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀ ବିଡ଼ିଓ କେମିତି ଗଛକଟା ବିଷୟରେ ଜାଣି ପାରିଲେନି. ପାଟଣାଗଡ ଜଙ୍ଗଲ ବିଭାଗ ର ରେଞ୍ଜର କାଲି ସ୍କୁଲ ମାନଙ୍କୁ ଯାଞ୍ଚ ପାଇଁ ଯାଇଥିଲେ. ତାଙ୍କୁ ପଚାରିବାରୁ ଗଛ କାଟିବାର କୌଣସି ଅନୁମୋଦନ ତାଙ୍କ ପାଖରେ ନ ଥିବା କହିଥିଲେ. କିନ୍ତୁ ରେଞ୍ଜର ଙ୍କୁ କାର୍ଯ୍ୟନୁଷ୍ଠାନ ବିଷୟରେ ପଚାରିଲେ କିଛି କହିନଥିଲେ. ସରକାର ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଓ ବହୁତ ବିଭାଗ ଅଧୀନରେ ବୃକ୍ଷ ରୋପଣ କରୁଛନ୍ତି ହେଲେ ଏଠି ପୁନରାବୃତ୍ତି ଦେଖିବାକୁ ମିଳିଛି. ଦେଖାଜାଉ ଏ ଗଛକଟା ଉପରେ ପ୍ରଶାସନ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି.