ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖା ପକ୍ଷରୁ ନୁଷ୍ଠିତ ଖବର ଦାତା ସମ୍ମିଳନୀର ବାଲିଆପାଳ ଥାନା ଅଧିକାରୀ ଙ୍କୁ ବଦଳି କରାଗଲେ ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖା ର ସଦସ୍ୟ ଏବଂ ବିଭିନ୍ନ ସାମାଜିକ ସଙ୍ଗଠନ ର ସଦସ୍ୟ ମନେ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଏସ ପିBଙ୍କ ଅଫିସ ସମ୍ମୁଖ ରେ ଧାରଣା ରେ ବସିବାର ଚେତବହି ଦେଇଛି। ବାଲିଆପାଳ ଥାନା ଦୀର୍ଘଦିନ ଧାରି ଅସାଧୁ ଦଲାଲ ମାନଙ୍କର କବଜାରେ ରହିଥିଲା। ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ। ସବୁ ସମୟରେ ଅସାଧୁ ଦଲାଲ ମାନେ ଥାନା ବାସୀ ରହୁଥିଲେ । ଅଭିଯୋଗ କାରୀ ଓ ଅଭିଯୁକ୍ତ ଙ୍କ ପାଖରୁ ଦଲାଲମାନେ ଭଲ ଦିପାଇଶ ରୋଜଗାର ରୋଜଗାର ପାରୁଥିଲେ। ମିଛକୁ ସତ ଏବଂ ସତକୁ ମିଛ ପ୍ରମାଣିତ କରିବା ପାଇଁ ଉଭୟ ପକ୍ଷ କୁ ଅଭିଯୋଗ ପତ୍ର ଲେଖି ଦେଉଥିଲେ। ହେଲେ ବାଲିଆପାଳ ଥାନାରେ ବର୍ତ୍ତମାନ ର ଭ୍ରାପ୍ରପ୍ତ ଅଧିକାରି ପର୍ଶୁରାମ ସାହୁ ଥାନା ଦାୟୀତ୍ବ ଗ୍ରହଣ କରିବା ଠାରୁ ଥାନା ଭିତରକୁ ଦଲାଲ ମାନଙ୍କର ଅବାଧ ପ୍ରବେଶ ଉପରେ ଲଗାମ ଲଗିଛି । ଲୋକମାନେ ଠିକ ଭାବର ନିଜର ଅଭିଯୋଗ କରିବା ସହିତ ନ୍ୟାୟ ପାଇପରୁଥିବା ନେଇ ସୂଚନା ଅଧିକ ଅଭିଯାନ ବାଲିଆପାଳ ଶାଖା ର ସଭାପତି ଅନୁଜ କୁମାର ପାତ୍ର, କଳିପଦା ଗଣଚେତନା ମଂଚ ର ସଭାପତି କୁଶ ଧ୍ୱଜ ଜେନା, ଶରତ କୁମାର ପାତ୍ର, ବିଶ୍ୱଜିତ ଜେନା, କାହ୍ନୁ ଚର ପାତ୍ର, ଚିତ୍ତରଞ୍ଜନ ଜେନା, ଅକ୍ଷୟ ଜେନା, ରାଧାକୃଷ୍ଣ ପାତ୍ର, ଦେବେନ୍ଦ୍ର ଦାସ, ଗୋପୀନାଥ ଗଙ୍ଗାଇ, ବିପିନ ବିହାରୀ ଦାସ, ଅରୁଣ ମଣ୍ଡଳ ପ୍ରମୁଖ ଖବର ଦାତା ସମ୍ମିଳନୀର ଉପସ୍ଥିତି ରହି ମତ ବ୍ୟକ୍ତ କରିଥିଲେ।