କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଥିବା ପେଟ୍ରୋଲ ପମ୍ପ ମାନେ ଜନସାଧାରଣଙ୍କୁ ଲୁଟୁଥିବା ଅଭିଯୋଗ ସାମ୍ନାକୁ ଆସିଛି, ସୂଚନା ଯୋଗ୍ୟ ଯେ ଅନ୍ୟ ପେଟ୍ରୋଲ ପମ୍ପ ଦର ଠାରୁ ରିଲାଏନ୍ସ ପେଟ୍ରୋଲ ପମ୍ପରେ ୧୦ ଟଙ୍କା ଫାର୍କ ଦେଖିବାକୁ ମିଳିଛି, ଏଚପି ପେଟ୍ରୋଲ ପମ୍ପରେ ପାଖାପାଖି ୧୦୩ ଟଙ୍କା ଲିଟର ପିଛା ଦର ଥିବା ବେଳେ ରିଲାଏନ୍ସ ପେଟ୍ରୋଲ ପମ୍ପରେ ଲିଟର ପିଛା ୧୧୩ ଟଙ୍କା ଦର ବୃଦ୍ଧି ରହିଛି, ଏହାର କାରଣ ପଚାରିବାରୁ ଜଣେ କର୍ମଚାରୀକୁ ପଚାରିବାରୁ ସେ କହିଲେ ଯେ ଏହା କମ୍ପାନୀ ପକ୍ଷରୁ କରାଯାଇଥିବା ହେତୁ ଆମେ ତାକୁ ପାଳନ କରୁଛୁ ବୋଲି କହିଥିଲେ, ତେବେ କାହିଁକି ଏପରି ହରିଲୁଟ ଚାଲିଛି ତାରି ତଦନ୍ତ ଆବଶ୍ୟକ ବୋଲି କଣ୍ଟାବାଞ୍ଜି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି I ଦୀର୍ଘ ବର୍ଷ ଧରି ଏମାନେ ତଥା ଅନ୍ୟ ବ୍ୟାପାରିମାନେ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି, ଓ ଆୟକର ବିଭାଗ ତଥା ବିକ୍ରିକର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଏଦିଗରେ କେବେ ନିଆଯାଇଛି କି..? ଯଦି ନିଆଯାଇ ନାହିଁ ତେବେ କାହିଁକି ନିଆଯାଉ ନାହିଁ..? ଯଦି ନିଆଯାଇଛି ତେବେ ଏହି ହରିଲୁଟ କାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି..?