ଧାମନଗର- ଧାମନଗର ତହସିଲ କାର୍ଯ୍ୟାଳୟରେ ଜଣେ ତହସିଲଦାର ଆଉ ଦୁଇ ଜଣ ଅତିରିକ୍ତ ତହସିଲଦାର ପଦବୀ ରହିଥିବାବେଳେ। ଦୀର୍ଘ ଦିନ ହେବ ଜଣ ତହସିଲଦାର ଓ ଜଣେ ଅତିରିକ୍ତ ତହସିଲଦାରଙ୍କ ଦ୍ବାରା କାର୍ଯ୍ୟ ଚାଲୁଥିବା ବେଳେ ଆଉ ଜଣେ ଅତିରିକ୍ତ ତହସିଲଦାରଙ୍କ ପଦବୀ ଦୀର୍ଘ ଦିନ ଧରି ଖାଲି ରହିଥିଲା। ୨୧/୦୬/ ୨୨ ତାରିଖ ମଙ୍ଗଳବାର ଆଉ ଜଣେ ନୂତନ ଅତିରିକ୍ତ ତହସିଲଦାର ଭାବେ ସାଇ ସିଲୋନା କଟକ ଜଗତସିଂହପୁର ଠାରୁ ବଦଳି ହୋଇ ଧାମନଗର ତହସିଲ କାର୍ଯ୍ୟାଳୟରେ ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା ଓ ସମସ୍ତ କର୍ମଚାରୀ ନୂତନ ଅତିରିକ୍ତ ତହସିଲଦାର ସାଇ ସିଲୋନାଙ୍କୁ ସ୍ୱାଗତ କରିଥିବା ସୂଚନା ମିଳିଛି। ଏହା ଦ୍ୱାରା ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ନୂତନ ତହସିଲଦାର ସାଇ ସିଲୋନା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।