ବଂଶୀଧରା ଓ ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ କନ୍ୟା ଏକ୍ସପ୍ରେସ୍ ସେବାରେ ଶୁଭାରମ୍ବ

କିଶୋରୀମାନଙ୍କ ରକ୍ତ ହୀନତା ସମାଧାନ ଉଦ୍ଦେଶ୍ୟରେ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ଅନିମିଆ ମୁକ୍ତ ଭାରତ (ଏଏସ୍ ବି) ପଦକ୍ଷେପକୁ ସାକାର କରିବା ପାଇଁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ଏକ ଅଭିନବ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ୍ କନ୍ୟା ଏକ୍ସପ୍ରେସ୍ ଶୁଭାରମ୍ଭ କରାଯାଇଛି।ଖଣି ଉପସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜି ନାରାଡେଙ୍କ ଦ୍ବାରା ୨୨ଜୁନ୍୨୦୨୨ରେ ଉଦ୍ଘାଟିତ କରିଥିଲେ। ଏହି କନ୍ୟା ଏକ୍ସପ୍ରେସ୍ ସରକାରୀ ବ୍ୟବସ୍ଥା ମାଧ୍ୟମରେ ନିୟମିତ ଭାବରେ କିଶୋରୀମାନଙ୍କ ହିମୋଗୋବିନ ସ୍ତର ଯାଞ୍ଚ କରିବା,ଆଇରନଫିଲିକ୍ ଏସିଡ୍ ଏବଂ କୁମିନାଷକ କଟିକା ଯୋଗାଇବା ଏବଂ ରକ୍ତ ହୀନତା ସୁନ୍ତଳିତ ପୁଷ୍ଟିକର ଖାଦ୍ୟ ଓ ସ୍ବାସ୍ଥ୍ୟ ସମର୍କିତ ସଚେତନତା ସୃଷ୍ଟି ଭଳି କାର୍ଯ୍ୟ କରିବ। କିଶୋରୀମାନଙ୍କୁ ବିଭିନ୍ନ ପ୍ରକାରର ଆଇରନ୍ ଯୁକ୍ତ ଖାଦ୍ୟ ଶସ୍ୟର ବିହନ କିଟ୍ ବିଆଇପିଏଫ୍ ଯୋଗାଇଦେବ।ଯାହାକି ସେମାନଙ୍କୁ ନିଜ ବଗିଚାରୁ ପୁଷ୍ଟିକର ଖାଦ୍ୟ ପାଇବାରେ ସହାୟକ ହେବ। କନ୍ୟା ଏକ୍ସପ୍ରେସ୍ ହେଉଛି ଏକ ସୁବ୍ୟବସ୍ଥିତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନ ଯାହାକି ଯାଜପୁର ଜିଲ୍ଲାର ଦ୍ବରାନ୍ତ ଓ ଗ୍ରାମାଞ୍ଚଳ କୁ ଯାତ୍ରା କରିବ। ଚଳିତ ବର୍ଷ ଏହି ଯୋଗଦାନରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୫ଟିଗ୍ରାମ ପଞ୍ଚାୟତ ରେ ୧୦୪ଟି ଗ୍ରାମକୁ ସାମିଲ କରାଯିବ। କମ୍ ହିମୋଗୋହିନ୍ କାରଣରୁ ଶରୀର ଦୁର୍ବଳ ହୋଇଥାଏ।ଯାହାକି ସେମାନଙ୍କ କୈଶଳ ଶିକ୍ଷାର କ୍ଷମତା ଓ କାର୍ଯ୍ୟ ଦକ୍ଷତା ହ୍ରାସ କରିଥାଏ। ପରବର୍ତ୍ତୀ କ୍ଷେତ୍ରରେ ରକ୍ତ ହୀନତା ସେମାନଙ୍କୁ କଷ୍ଟକର ଭଳି ସମସ୍ୟା ଆଡ଼କୁ ଟାଣିନିଏ। ଯେଉଁଥିପାଇଁ ପରେ ସେମାନେ ଅନେକ ଜଟିଳତାର ସମ୍ମୁଖୀନ ହୁଅନ୍ତି।    

ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ସୁକିନ୍ଦା ରିଜିୟନ କ୍ରୁମାଇଟି ମାନ୍ସ୍ ର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର, ସୁକିନ୍ଦା ବ୍ଲକ ସରକାରୀ ଶିକ୍ଷା ଅଧିକାରୀ ଗୟାଧର ପରିଡା, ଓମ୍ ବାଡିସିର ନିଉଟ୍ରିସନ ଏକ୍ସ୍ ପର୍ଟ ଦୀପୁ ରଞ୍ଜନ୍ ଟଇ,କାଳିଆପାଣି ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିକାଶ କୁମାର ପାତ୍ର,କାଙ୍କଡପାଳ ସରପଞ୍ଚ ସଞ୍ଜୟ ପରିଡା, ରାଁସୋଳ ପଞ୍ଚାୟତ ସମିତି ସଭ୍ୟା ଉଷାରାଣୀ ପ୍ରଧାନ,କାଳିଆପାଣୀ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଜେନା, ବରିଷ୍ଠ ଲୋକ ସଂପର୍କ ଜଗନ ମୋହନ ମଲ୍ଲିକ ଯୋଗ ଦେଇଥିଲେ।

Leave A Reply

Your email address will not be published.