ଖଣି ଅଞ୍ଚଳରେ ସମ୍ବର୍ଦ୍ଧନା ସଭା 

  ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖଣି ଖାଦାନ ଅଞ୍ଚଳରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି.ଏହି ସଭାରେ ସୁକିନ୍ଦା ରିଜୟନ କ୍ରମାଇଟ୍  ମଜୂଦର ସଂଘ ର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର ଙ୍କ ସଭାପତିତ୍ୱ ରେ ଗ୍ରାମିଣ  ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡାଇ (ଡାନି) ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଙ୍କୁ ରିଜୟନ କ୍ରମାଇଟ୍ ମଜୂଦର ସଂଘ ପକ୍ଷରୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ବିଧାୟିକା ଲତିକା ପ୍ରଧାନ, ଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ଏକ ସମ୍ବର୍ଦ୍ଧନା ସଭା  କାଳିଆପାଣି  ୟୁନିୟନ ଅଫିସ୍ ଠାରେ ଅନୁଷ୍ଠିତ ହୋଇଥିଲା । ଖଣି ଅଞ୍ଚଳ ରେ ଥିବା ସାତ ପଞ୍ଚାୟତ ତରଫରୁ ସୁକିନ୍ଦା ବ୍ଲକ ମଙ୍ଗଳପୁର ଠାରୁ ଏକ ସୋଭା ଯାତ୍ରା ରେ ମନ୍ତ୍ରୀ ମାନଙ୍କୁ ପାଛୋଟି ନିଆଯାଇଥିଲା। ଏହି ସଭା ରେ ସୁକିନ୍ଦା ର ବିକାଶ ସହ ଲୋକଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ ନିମନ୍ତେ ବନ୍ଦ ପଡିଥିବା ଖଣି ଗୁଡ଼ିକୁ ଖୋଲିବାକୁ ଯୋଜନା କରାଯିବ ବୋଲି ଖଣି ମନ୍ତ୍ରୀ ନିଜର ଅଭିଭାଷଣ ରଖିଥିଲେ। ସୁକିନ୍ଦା ର ବିକାଶ ସହ ଶ୍ରମିକ ମାନଙ୍କର ବିକାଶ ନିମନ୍ତେ ଯୋଜନା କରାଯିବ ବୋଲି ଗ୍ରାମୀଣ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ କହିଥିଲେ। ଏହି ସଭାରେ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଦକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ , ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ ପରିଡା,ଯୁବ ସଭାପତି ସୁଜିତ୍ ରାଉତ,ଯୁଗ୍ମ ସମ୍ପାଦକ ଶରତଚନ୍ଦ୍ର ମହାନ୍ତ,ବିଦ୍ୟାଧର ପାତ୍ର,ଓ ବହୂ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.